Below header

ନବୀନ ଓଡ଼ିଶା ମ୍ୟାଜିକ କାର୍ଡ ପଞ୍ଜୀକରଣର ଶୁଭାରମ୍ଭ, ଅଗଷ୍ଟ ୧୫ ସୁଦ୍ଧା ଛାତ୍ରଛାତ୍ରୀ ପାଇବେ ମ୍ୟାଜିକ୍ କାର୍ଡ

ନବୀନ ଓଡ଼ିଶା ମ୍ୟାଜିକ କାର୍ଡ ପଞ୍ଜୀକରଣର ହେଲା ଶୁଭାରମ୍ଭ । ମାଲକାନଗିରିରୁ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅଗଷ୍ଟ ୧୫ ତାରିଖ ସୁଦ୍ଧା ଯୁକ୍ତ ତିନି ଓ ପିଜିର ସବୁ ଛାତ୍ରଛାତ୍ରୀ ମ୍ୟାଜିକ୍ କାର୍ଡ ପାଇବେ ।

ନବୀନ ଓଡ଼ିଶା ମ୍ୟାଜିକ କାର୍ଡ ପଞ୍ଜୀକରଣର ହେଲା ଶୁଭାରମ୍ଭ । ମାଲକାନଗିରିରୁ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅଗଷ୍ଟ ୧୫ ତାରିଖ ସୁଦ୍ଧା ଯୁକ୍ତ ତିନି ଓ ପିଜିର ସବୁ ଛାତ୍ରଛାତ୍ରୀ ମ୍ୟାଜିକ୍ କାର୍ଡ ପାଇବେ । ୪ଟି ବର୍ଗରେ କାର୍ଡ ବଣ୍ଟନ କରାଯିବ । ମ୍ୟାଜିକ୍ କାର୍ଡ, ସିଲଭର, ଗୋଲଡ୍ ଓ ପ୍ଲାଟିନମ୍ କାର୍ଡ ଦିଆଯିବ । ସ୍ମାର୍ଟ କାର୍ଡରେ ଶିକ୍ଷାନୁଷ୍ଠାନରେ ୱାଇ ଫାଇ, ରିଚାର୍ଜ କୁପନ୍ ସହ ଅନଲାଇନ କ୍ଲାସ ସୁବିଧା, କ୍ୟାରିୟର କାଉନସେଲିଂରେ ଯୋଗ ଦେଇପାରିବେ । ବସ, ବିମାନ ଓ ଟ୍ରେନରେ ଛାତ୍ରଛାତ୍ରୀଙ୍କୁ ରିହାତି ମିଳିବ ।

କୋଚିଂ ସେଣ୍ଟରରେ ବି ମିଳିବ ରିହାତି । ମ୍ୟାଜିକ କାର୍ଡରେ ଛାତ୍ରଛାତ୍ରୀଙ୍କର ଏକ୍ସଟ୍ରା କରିକୁଲାର ଆକ୍ଟିଭିଟିଜ ଆଧାରରେ ପଏଣ୍ଟ ମିଳିବ । ପ୍ରଦର୍ଶନ ଅନୁସାରେ କୁପନ୍ ମିଳିବ ଓ ରିଚାର୍ଜ ହେବ କାର୍ଡ । ମ୍ୟାଜିକ କାର୍ଡଧାରୀ ଭଲ ପ୍ରଦର୍ଶନ କଲେ ସିଲଭର କାର୍ଡ ମିଳିବ । ଭଲ ମାର୍କ ସହ ଅଧିକ ଉପସ୍ଥାନ, ଇ-ଲର୍ଣ୍ଣିଂ ଭଳି ଆକ୍ଟିଭିଟିଜରେ ଅଧିକ ସ୍କୋର କଲେ ଦିଆଯିବ ଗୋଲ୍ଡ କାର୍ଡ ।

ଗୋଲ୍ଡ କାର୍ଡଧାରୀ ୟୁଜି, ପିଜି ସରିବାର ୩ ବର୍ଷ ଯାଏ ଏହାକୁ ବ୍ୟବହାର କରିପାରିବେ । ଗୋଲଡ କାର୍ଡ ପରେ ସବୁ କ୍ଷେତ୍ରରେ ଭଲ ପ୍ରଦର୍ଶନ କଲେ ମିଳିବ ପ୍ଲାଟିନମ୍ କାର୍ଡ । ଷ୍ଟୁଡେଣ୍ଟ ଲାଇଫରେ ଏହି କାର୍ଡ ମ୍ୟାଜିକ୍ ଆଣିବ ବୋଲି କହିଛନ୍ତି ନବୀନ। କଠିନ ପରିଶ୍ରମ ଓ ନିଷ୍ଠା ଦ୍ବାରା ପିଲାମାନେ ବହୁ ସୁବିଧା ପାଇବେ। ଛାତ୍ରଛାତ୍ରୀଙ୍କୁ ନୂଆ-ଓ ଛାତ୍ରବୃତ୍ତି ପ୍ରଦାନ କଲେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଛାତ୍ରଙ୍କୁ ୯ ହଜାର ଓ ଛାତ୍ରୀଙ୍କୁ ୧୦ ହଜାର ଟଙ୍କା ବୃତ୍ତି ପ୍ରଦାନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.