Below header

ପ୍ରତିଷ୍ଠା ହେଲା ସାଇନାଥଙ୍କ ନୂତନ ଭବ୍ୟ ମନ୍ଦିର, କର୍ମକାଣ୍ଡରେ ପ୍ରକମ୍ପିତ ହୋଉଛି ସାରା ଅଞ୍ଚଳ

ବହୁ ବର୍ଷ ପରେ ନିର୍ମାଣ ହୋଇଛି ଏକ ସୁନ୍ଦର ସାଇ ମନ୍ଦିର । ଏନେଇ ସେହି ଅଞ୍ଚଳର ସବୁ ଲୋକ ବେଶ୍‌ ଖୁସି ଅଛନ୍ତି । ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ନିକଟ ପୋଚିଲିମା ଛକ ପ୍ରେମ୍ ସାଇ ଗାର୍ଡେନ ରେ ସାଇନାଥଙ୍କ ନୂତନ ଭବ୍ୟ ମନ୍ଦିର ସାଇ ସୁନ୍ଦର ଧାମ୍ ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଛି ।

ବହୁ ବର୍ଷ ପରେ ନିର୍ମାଣ ହୋଇଛି ଏକ ସୁନ୍ଦର ସାଇ ମନ୍ଦିର । ଏନେଇ ସେହି ଅଞ୍ଚଳର ସବୁ ଲୋକ ବେଶ୍‌ ଖୁସି ଅଛନ୍ତି । ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ନିକଟ ପୋଚିଲିମା ଛକ ପ୍ରେମ୍ ସାଇ ଗାର୍ଡେନ ରେ ସାଇନାଥଙ୍କ ନୂତନ ଭବ୍ୟ ମନ୍ଦିର ସାଇ ସୁନ୍ଦର ଧାମ୍ ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ୫ଦିନ ଧରି ଚାଲିବାକୁ ଥିବା ବେଳେ ପ୍ରତିଦିନ ଗୋ ଯଜ୍ଞ, ଘୃତ ଯଜ୍ଞ, ନାମ ଯଜ୍ଞ ଆଦି ଚାଲିବ । ପ୍ରଥମ ଦିନରେ ଶତାଧିକ ମହିଳା ଓ ପୁରୁଷ ମାନେ ଏକତ୍ରିତ ହୋଇ କଳସ ଯାତ୍ରାରେ ସାମିଲ ହୋଇଛନ୍ତି ।

କଳସ ଯାତ୍ରା ଠାରୁ ଆରମ୍ଭ କରି ବିଭିନ୍ନ ରୀତି ନୀତି ଅନୁଯାୟୀ ହୋମଯଜ୍ଞ ଓ ପୂଜାପାଠ ଚାଲିଥିବା ବେଳେ ମନ୍ଦିରରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ନାମ ସଂକୀର୍ତ୍ତନ ସହ ଶଙ୍ଖ ହୁଳହୁଳିରେ କମ୍ପି ଉଠିଥିଲା ସମଗ୍ର ଅଞ୍ଚଳ । ମନ୍ଦିର ପ୍ରତିଷ୍ଠା ପାଇଁ ବଡ଼ ଆକାରରେ ହୋମଯଜ୍ଞ ବି କରାଯାଇଥିଲା । ଏଥିରେ ୭୦ଜଣ ବ୍ରାହ୍ମଣ ଏବଂ ପଣ୍ଡିତ ଯୋଗଦେଇଥିବା ବେଳେ କର୍ମକାଣ୍ଡରେ ପ୍ରକମ୍ପିତ ହୋଉଛି ସାରା ଅଞ୍ଚଳ ।

ଏହି ଉତ୍ସବରେ ଆଖପାଖ ଗ୍ରାମର ଶତାଧିକ ଭକ୍ତ ମାନେ ମଧ୍ୟ ଯୋଗ ଦେଇଥିଲେ । ତେବେ ସାଇ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଶହ ଶହ ଶ୍ରଦ୍ଧାଳୁ ଯୋଗ ଦେଇ ନାମ ସଂକୀର୍ତ୍ତନ କାର୍ଯ୍ୟକୁ ଉପଭୋଗ କରିଥିଲେ । ଗାଁରେ ଏବେ ସାଇ ମନ୍ଦିରଟିଏ ହୋଇଥିବାରୁ ଲୋକମାନେ ବେଶ୍‌ ଖୁସି ଅଛନ୍ତି । ସାଇ ବାବାଙ୍କର ଏହି ପ୍ରତିମା ଏବଂ ସୁନ୍ଦର ଭବ୍ୟ ମନ୍ଦିରଟି ଦେଖି କାହାର ବି ଆଖି ଲାଖିଯିବ । ସାଇନାଥଙ୍କ ଦର୍ଶନ ପାଇଁ ଏବେ ଛୁଟିଛି ଶ୍ରଦ୍ଧାଳୁଙ୍କ ସୁଅ । ଏନେଇ ଏଠାରେ ସୃଷ୍ଟି ହୋଇଛି ଖୁବ ଆଧ୍ୟାତ୍ମିକ ପରିବେଶ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.