Below header

କଟକରେ ଭୁଜାଲି ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ଘଟଣା, ଅଭିଯୁକ୍ତ ଗିରଫ

କଟକରେ ଭୁଜାଲିରେ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ  ଘଟଣାରେ ଅଭିଯୁକ୍ତ ଗିରଫ।  ଅଭିଯୁକ୍ତ ମୁନା ଭୂୟାଁକୁ ଗିରଫ କରିଛି ସିଆରଆରଆଇ ଥାନା ପୋଲିସ।

କଟକ : କଟକରେ ଭୁଜାଲିରେ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ  ଘଟଣାରେ ଅଭିଯୁକ୍ତ ଗିରଫ।  ଅଭିଯୁକ୍ତ ମୁନା ଭୂୟାଁକୁ ଗିରଫ କରିଛି ସିଆରଆରଆଇ ଥାନା ପୋଲିସ। ସ୍ଥାନୀୟ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରେ ଲୁଚିଥିଲା ଅଭିଯୁକ୍ତ। ଅଭିଯୁକ୍ତକୁ ଦେଖି ଘର ମାଲିକ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହ ଆକ୍ରମଣରେ ବ୍ୟବହୃତ ଛୁରୀ ଜବତ କରିଛି।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନେହେରୁପଲ୍ଲୀ ଅଞ୍ଚଳର ଭାରତୀ ସାହୁଙ୍କୁ ଗତକାଲି ଛୁରୀ ଭୁଷିଥିଲା ଅଭିଯୁକ୍ତ। ଅଭିଯୁକ୍ତ ମୁନା ନାମରେ ପୂର୍ବରୁ ଅନେକ ଅପରାଧିକ ମାମଲା ରହିଥିବା ବେଳେ ସେ ପୂର୍ବରୁ ଭାରତୀଙ୍କ ବଡ଼ ଝିଅକୁ ଅସଦବ୍ୟବହାର କରିବା ଅଭିଯୋଗରେ ଜେଲ ମଧ୍ୟ ଯାଇଥିଲା। ଏହି ଅପରାଧିକ କାଣ୍ଡକୁ ରେଡ ଫ୍ଲାଗ ଅନ୍ତର୍ଭୁକ୍ତ ଅପରାଧ ଭାବେ ଗ୍ରହଣ କରିଛି ପୋଲିସ। ଏକମାସ ମଧ୍ୟରେ ଅଭିଯୁକ୍ତ ବିରୋଧରେ ଚାର୍ଜସିଟ ଦାଖଲ କରିବାକୁ ପୋଲିସ ଚେଷ୍ଟା କରିବ ବୋଲି ଅତିରିକ୍ତ ଡିପିସି ଅନୀଲ ମିଶ୍ର କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.