ଭଲ କାମ କଲେ ଅଫିସର ଓ କର୍ମଚାରୀଙ୍କୁ ମିଳିବ ଆଗୁଆ ପଦୋନ୍ନତି, ସନ୍ତୋଷଜନକ ନହେଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର (କେନ୍ୟୁଜ୍):   ଭଲ କାମ କଲେ ଅଫିସର ଓ କର୍ମଚାରୀଙ୍କୁ ଆଗୁଆ ମିଳିବ ପଦୋନ୍ନତି। କାମ ସନ୍ତୋଷଜନକ ନହେଲେ କାର୍ଯ୍ୟାନୁଷ୍ଠାନ । ଏଥିପାଇଁ ଥାନାକୁ ଆସୁଥିବା ଲୋକଙ୍କଠାରୁ ମତାମତ ନିଆଯିବ । ଏମିତି ଉଦ୍ଦେଶ୍ୟରେ ଆସନ୍ତା ୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ମୋ ସରକାର କାର୍ଯ୍ୟକ୍ରମ । ଏହାପୂର୍ବରୁ ଆଜି ୬୩୫ଟି ଥାନାର ଆଇଆଇସିଙ୍କ ସହ ଭିଡିଓ କନଫେରେନ୍ସିଂରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏବେ ଆସନ୍ତୁ ନଜର ପକାଇବା କେମିତି ଚାଲିବ- ମୋ ସରକାର କାର୍ଯ୍ୟକ୍ରମ ? କିପରି ଲୋକଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ ? ଅଭିଯୋଗକାରୀ ଥାନାକୁ ଯିବା ପରେ ତାଙ୍କ ମୋବାଇଲ ଫୋନ ନମ୍ବର ପଞ୍ଜିକରଣ କରାଯିବ । ସଙ୍ଗେ ସଙ୍ଗେ ଅଭିଯୋଗକାରୀଙ୍କ ପାଖକୁ ଆସିବ ଏସଏମଏସ୍‌ । ଏହା ପରେ ମୁଖ୍ୟମନ୍ତ୍ରୀ ମୋ ସରକାର ପୋର୍ଟାଲରୁ ୧୦ଟି ଫୋନ ନମ୍ବରକୁ ରାଣ୍ଡାମ ସିଲେକ୍ସନ କରି ଅଭିଯୋଗକାରୀଙ୍କ ସହିତ ସିଧା କଥା ହେବେ।

ଏହା ସହ ପଢନ୍ତୁ:  ଏମିତି ଏକ ଜାଗା, ଯେଉଁଠାରେ ଭଗବାନଙ୍କ ନାମରେ ନାମିତ ହୁଏ ଗଛ

ପୋଲିସ ଅଧିକାରୀ ନିଜକୁ ଜନସେବକ ଭାବି କାର୍ଯ୍ୟ କରିବା ସହିତ ବୈଷୟିକ ବିଦ୍ୟାର ଉପଯୋଗ କରି ଲୋକଙ୍କୁ ଉତ୍ତମ ସେବା ଯୋଗାଇ ଦେବା ଉଚିତ। ଅନ୍ୟପକ୍ଷରେ ଥାନାକୁ ଆସୁଥିବା ଲୋକଙ୍କୁ ଉଚିତ ବ୍ୟବହାର ପ୍ରଦର୍ଶନ ଓ ଅଭିଯୋଗ ପ୍ରତି ସମ୍ବେଦନଶୀଳ ହୋଇ କାର୍ଯ୍ୟ କରିବାକୁ ଥାନା ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି ।

ଏହା ସହ ପଢନ୍ତୁ:  ଚଳନ୍ତା ଅଟୋର ଟାୟାର ଚେଞ୍ଜ କଲେ ଚାଳକ, ଲୋକେ ଦେଖି କହିଲେ ‘ଆମେ ଚନ୍ଦ୍ରଯାନ ୨ର ଲ୍ୟାଣ୍ଡରକୁ ମଧ୍ୟ ଠିକ୍‌ କରିପାରିବା ’, ଦେଖନ୍ତୁ ମଜାଦାର ଭିଡିଓ

ଭିଡିଓ କନଫେରେନ୍ସିଂ ମାଧ୍ୟମରେ ମୋ ସରକାର କାର୍ଯ୍ୟକ୍ରମ ସମ୍ପର୍କରେ ପୋଲିସ ଅଧିକାରୀଙ୍କୁ ଅବଗତ କରାଇଥିଲେ ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ । ହୋଟେଲରେ ଗ୍ରାହକଙ୍କ ଠାରୁ ଯେପରି ଫିଡବ୍ୟାକ ନିଆଯାଉଛି, ସେହିପରି ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କ ଠାରୁ ମତାମତ ନିଆଯିବ । ଏହା ମୋ ସରକାର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । କୌଣସି ଲୋକ ଥାନା କିମ୍ବା ମେଡିକାଲକୁ ଖୁସିରେ ଆସନ୍ତି ନାହିଁ । ତେଣୁ ସେମାନଙ୍କ ସମସ୍ୟା ସମାଧାନ କରିବା ଦିଗରେ ପୋଲିସ ଅଧିକ ଯତ୍ନବାନ ହେବା ଦରକାର । ଫିଡ୍‌ବ୍ୟାକ ବେଳେ ଯଦି କୌଣସି କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ଆସେ ତେବେ ତାକୁ ଗୁରୁତ୍ୱର ସହ ନିଆଯିବ । ଭିଡିଓ କନଫରେନ୍‌ସିଂରେ ପୋଲିସ ଅଧିକାରୀଙ୍କୁ ଏମିତି କହିଛନ୍ତି ଫାଇଭ ଟି ସଚିବ । ଆସନ୍ତା ଅକ୍ଟୋବର ୨ ତାରିଖରେ ସ୍ୱାସ୍ଥ୍ୟ ଓ ଗୃହ ବିଭାଗରୁ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହେବ।