ପ୍ରଫେସର ବଂଶୀଧର ମାଝି ହେଲେ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ନୂତନ କୁଳପତି

ସମ୍ବଲପୁର(କେନ୍ଯୁଜ୍): ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ନିଯୁକ୍ତ। ପ୍ରଫେସର ବଂଶୀଧର ମାଝିଙ୍କୁ ନୂଆ କୁଳପତି ଭାବେ ନିଯୁକ୍ତ କରିଛନ୍ତି କୁଳାଧିପତି ପ୍ରଫେସର ଗଶେଶୀ ଲାଲ। ତିନିବର୍ଷ ପର୍ଯ୍ୟନ୍ତ ରହିବ ତାଙ୍କର କାର୍ଯ୍ୟକାଳ। ପ୍ରଫେସର ମାଝି ବର୍ତ୍ତମାନ ତାମିଲନାଡୁର କାଞ୍ଜିପୁରମର ଆଇଆଇଆଇଟିଡିଏମର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି।

ଶିକ୍ଷାଦାନ କ୍ଷେତ୍ରରେ ତାଙ୍କର ୨୬ ବର୍ଷର ଅଭିଜ୍ଞତା ରହିଛି। ତାଙ୍କ ଅଧିନରେ ଗବେଷଣା କରି ୧୮ଜଣ ଡକ୍ଟରେଟ ଲାଭ କରିିଥିବା ବେଳେ ୭୦ଜଣ ଏମଟେକ ଲାଭ କରିଛନ୍ତି। ୨୦୧୬ରେ ତାଙ୍କୁ ଓଡ଼ିଶା ସରକାର ସାମନ୍ତ ଚନ୍ଦ୍ରଶେଖର ପୁରସ୍କାରରେ ସମ୍ମାନିତ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.