Below header

କୋଭିଡ-୧୯କୁ ନେଇ ରାଜଭବନରେ ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚନ କଲେ ରାଜ୍ୟପାଳ ଗଣେଶୀ ଲାଲ

କେନ୍ୟୁଜ : କୋଭିଡ-୧୯ ବିଶ୍ୱ ମହାମାରୀକୁ ନେଇ ପ୍ରସ୍ତୁତ ସ୍ୱତନ୍ତ୍ର ଡାକ ଲଫାପା ଓ ରାଜ୍ୟର ପ୍ରସିଦ୍ଧ ବ୍ୟକ୍ତିଙ୍କ ଉପରେ ସ୍ୱତନ୍ତ୍ର ୧୦ଟି ପିକ୍‌ଚର ପୋଷ୍ଟକାର୍ଡକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉନ୍ମୋଚନ କରିଛନ୍ତି । କରୋନା ସଂକ୍ରମଣ ରୋକିବା ପାଇଁ ମାସ୍କ ପିନ୍ଧିବା ଜରୁରୀ । ଏହି ସ୍ୱତନ୍ତ୍ର ଡାକ ଲଫାପା ମାଧ୍ୟମରେ ମାସ୍କ ପିନ୍ଧିବା ପାଇଁ ବାର୍ତ୍ତା ଦିଆଯାଇଛି ।

ଓଡ଼ିଶାର ୧୦ ଜଣ ପ୍ରସିଦ୍ଧ ସ୍ୱାଧୀନତା ସଂଗ୍ରାମୀ ଓ ଆଧୁନିକ ଓଡ଼ିଶାର ନିର୍ମାତାଙ୍କୁ ସମ୍ମାନ ପ୍ରଦର୍ଶନ ପୂର୍ବକ ପିକଚର ପୋଷ୍ଟକାର୍ଡ ପ୍ରସ୍ତୁତ କରାଯାଇଛି । ସେମାନଙ୍କ ମଧ୍ୟରେ ଅଛନ୍ତି ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସହିଦ ଲକ୍ଷ୍ମଣ ନାୟକ, ବୀର ସୁରେନ୍ଦ୍ର ସାଏ, କୃଷ୍ଣଚନ୍ଦ୍ର ଗଜପତି, ଫକିର ମୋହନ ସେନାପତି, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ପ୍ରମୁଖ । ରାଜ୍ୟପାଳ ଡାକମଣ୍ଡଳର ଏହି ମହତ ପଦକ୍ଷେପ ପ୍ରଶଂସା କରିଛନ୍ତି ।.

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.