Below header

ଆଜି ଓଡ଼ିଶା ଛାଡ଼ିବେ ରାଜ୍ୟପାଳ, ଆସନ୍ତା ୨୯ରେ ଓଡ଼ିଶା ଆସିବେ ନୂଆ ରାଜ୍ୟପାଳ ରଘୁବର ଦାସ

ଆଜି ଓଡ଼ିଶା ଛାଡିବେ ରାଜ୍ୟବାସୀଙ୍କ ପ୍ରିୟ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ଓଡ଼ିଶା ସହ ଥିବା ଦୀର୍ଘ ଦିନର ସମ୍ପର୍କକୁ ନେଇ ଭାବବିହ୍ବଳ ରାଜ୍ୟପାଳ । କହିଥିଲେ, ଓଡ଼ିଶାର ସେବା କରିବାର ସୁଯୋଗ ପାଇଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଓଡ଼ିଶା ମୋର ଚିନ୍ତା ଓ ଚେତନାକୁ ଉତ୍ତରିତ କରିଛି। ଓଡ଼ିଶା ମୋତେ ବହୁତ କିଛି ଶିଖାଇଛି।

ଭୁବନେଶ୍ୱର (କେନ୍ୟୁଜ): ଆଜି ଓଡ଼ିଶା ଛାଡିବେ ରାଜ୍ୟବାସୀଙ୍କ ପ୍ରିୟ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ଓଡ଼ିଶା ସହ ଥିବା ଦୀର୍ଘ ଦିନର ସମ୍ପର୍କକୁ ନେଇ ଭାବବିହ୍ବଳ ରାଜ୍ୟପାଳ । ତା ପୂର୍ବରୁ ରାଜଭବନରେ ରାଜ୍ୟପାଳଙ୍କୁ ରାଜଭବନ ପରିବାର ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ପ୍ରଫେସର ଗଣେଶୀ ଲାଲ ଖୁବ୍ ଭାବବିହ୍ବଳ ହୋଇ ପଡିଥିଲେ।

କହିଥିଲେ, ଓଡ଼ିଶାର ସେବା କରିବାର ସୁଯୋଗ ପାଇଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଓଡ଼ିଶା ମୋର ଚିନ୍ତା ଓ ଚେତନାକୁ ଉତ୍ତରିତ କରିଛି। ଓଡ଼ିଶା ମୋତେ ବହୁତ କିଛି ଶିଖାଇଛି। ଓଡ଼ିଆମାନଙ୍କ ଅନାବିଳ ସ୍ନେହ, ଶ୍ରଦ୍ଧା ଓ ସମ୍ମାନକୁ କେବେବି ଭୁଲି ପାରିବି ନାହିଁ। ଆଗାମୀ ଦିନରେ ଓଡ଼ିଶା ସମଗ୍ର ପୃଥିବୀକୁ ମାର୍ଗ ଦର୍ଶନ କରାଇବ ବୋଲି ପ୍ରଫେସର ଗଣେଶୀ ଲାଲ କହିଥିଲେ। ବିଦାୟ ସମ୍ବର୍ଦ୍ଧନା ଉତ୍ସବରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ର, ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ଓ ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀ ଏବଂ ସମସ୍ତ କର୍ମଚାରୀ ଓ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏପଟେ ୨୯ ତାରିଖରେ ଓଡ଼ିଶାରେ ପହଞ୍ଚିବେ ନବ ନିଯୁକ୍ତ ରାଜ୍ୟପାଳ ରଘୁବର ଦାସ। ୩୦ ତାରିଖରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ୩୧ରେ ଶପଥ ଗ୍ରହଣ କରିବେ ରଘୁବର ଦାସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.