ବାଘକୁ ଧରି ରାସ୍ତାରେ ବୁଲିଲେ ଯୁବକ, ଭାଇରାଲ ହେଉଛି ଭିଡିଓ

ନିକଟରେ ଏଭଳି ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହୋଇଛି, ଯାହା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଭିଡିଓଟି ଇନଷ୍ଟାଗ୍ରାମ ୟୁଜର ଟିପଟୋପିଆଟ୍ରା ନାମକ ଜଣେ ୟୁଜରଙ୍କ ଦ୍ୱାରା ସେୟାର କରାଯାଇଛି ।

ଇଣ୍ଟରନେଟରେ ପ୍ରତ୍ୟେକ ଦିନ କିଛି ନା କିଛି ମଜାଦାର ଭିଡିଓ ଭାଇରାଲ ହେଉଛି । ପ୍ରାୟତଃ ଜୀବଜନ୍ତୁଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ତେବେ ନିକଟରେ ଏଭଳି ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହୋଇଛି, ଯାହା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଭିଡିଓଟି ଇନଷ୍ଟାଗ୍ରାମ ୟୁଜର ଟିପଟୋପିଆଟ୍ରା ନାମକ ଜଣେ ୟୁଜରଙ୍କ ଦ୍ୱାରା ସେୟାର କରାଯାଇଛି । ଭାଇରାଲ ହୋଇଥିବା ଏହି ଭିଡିଓରେ ଆପଣମାନେ ଦେଖିପାରିବେ ଜଣେ ବ୍ୟକ୍ତି ରାସ୍ତାରେ କିପରି ବାଘ ସହ ବୁଲୁଛି । ଲୋକମାନେ ରାସ୍ତାରେ କୁକୁର ଧରି ବୁଲୁଥିବା ତ ଆପଣମାନେ ଦେଖିଥିବେ କିନ୍ତୁ ଏହି ଭିଡିଓରେ ଆପଣଙ୍କୁ କିଛି ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିବ । କୁକୁର ମାଲିକମାନେ ଯେପରି କୁକୁରକୁ ଚେନରେ ବାନ୍ଧି ରାସ୍ତାରେ ବୁଲିଥାନ୍ତି ଠିକ ସେହିପରି ଜଣେ ବ୍ୟକ୍ତି ତାର ପୋଷା ବାଘକୁ ରାସ୍ତାରେ ଧରି ବୁଲୁଥିବାର ଦେଖାଯାଇଛି । ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି ।

ଇନଷ୍ଟାଗ୍ରାମରେ ୟୁଜର୍ @ ଟିପଟୋପିଆଟ୍ରା ଦ୍ୱାରା ସେୟାର ହୋଇଥିବା ଏହି ଭାଇରାଲ୍ ଭିଡିଓ ଇଣ୍ଟରନେଟ୍ ଦୁନିଆରେ ଆଲୋଡ଼ନ ସୃଷ୍ଟି କରିଛି । ଭାଇରାଲ ଭିଡିଓରେ ବାଘଟିକୁ ଜନଗହଳିପୁର୍ଣ୍ଣ ରାସ୍ତାରେ ତାର ମାଲିକ ବୁଲାଉଛି । ପରେ ବାଘଟି ହଠାତ ରାସ୍ତାରେ ଯାଉଥିବା ଗାଡ଼ିକୁ ଆକ୍ରମଣ କରୁଥିବା ଦେଖଯାଇଛି କିନ୍ତୁ ଠିକ ସମୟରେ ତାର ମାଲିକ ତାକୁ ନିୟନ୍ତ୍ରଣକୁ ଆଣିଥିଲେ । ବାଘଟି ନିୟନ୍ତ୍ରଣରେ ଥିଲେ ମଧ୍ୟ ଏହା କେତେ ଯେ ବିପଦପୂର୍ଣ୍ଣ ତାହା ଏହି ଭିଡିଓରୁ ସ୍ପଷ୍ଟ ହୋଇ ପାରୁଛି । ବାଘ ଏକ ହିଂସ୍ର ପ୍ରାଣୀ । ଏହା ଜଙ୍ଗଲରେ ରହି ଶିକାର କରେ । କିନ୍ତୁ ଏହି ବାଘକୁ ଯଦି ଗୃହପାଳିତ ପଶୁ ଭାବେ ଘରେ ରଖି ଜନସାଧାରଣ ରାସ୍ତାରେ ବୁଲାଯାଏ ତେବେ ଏହା ନିଶ୍ଚିିତ ଭାବେ ବିପଜ୍ଜନକ ହେବ ।

 

View this post on Instagram

 

A post shared by Tip Top Yatra (@tiptopyatra)

ବାଘଟି ଚେନରେ ବନ୍ଧା ହୋଇଥିଲେ ମଧ୍ୟ ଏହା ଶାନ୍ତ ଥିବା ଦେଖାଯାଇଛି । ଏହା ନିଜ ମାଲିକର କଣ୍ଟ୍ରୋଲରେ ରହିବା ସହ ଯେ ଏହି ଭିଡିଓ କ୍ୟାପଚର କରିଛନ୍ତି ତାଙ୍କୁ ମଧ୍ୟ ଆକ୍ରମଣ କରି ନାହିଁ କିନ୍ତୁ ରାସ୍ତାରେ ଯାଉଥିବା ଅନ୍ୟ ଗାଡ଼ିକୁ ଆକ୍ରମଣ କରୁଥିବା ଦେଖାଯାଇଛି । ବାଘର ଏଭଳି ଆଚରଣରେ କାହାର କୌଣସି କ୍ଷତି ହୋଇନାହିଁ ।

ଭାଇରାଲ ହୋଇଥିବା ଏହି ଭିଡିଓକୁ ଅନେକ ଲୋକ ଦେଖିଛନ୍ତି । ଅନ୍ୟପଟେ ଏହି ଭିଡିଓକୁ ନେଇ ମୋବାଇଲ ୟୁଜର୍ସ ଅନେକ କମେଣ୍ଟ ମଧ୍ୟ ଦେଇଛନ୍ତି । ବାଘ ଏକ ଆକ୍ରମଣାତ୍ମକ ଜୀବ ହୋଇଥିବାରୁ ୟୁଜର ନିଜର ମତ ରଖିଛନ୍ତି । ଏଭଳି ବାଘକୁ ବାହାରେ ବୁଲାଇବା ଅନ୍ୟମାନଙ୍କ ପ୍ରତି ବିପଦ ହୋଇପାରେ ବୋଲି ୟୁଜରମାନେ ପ୍ରତିକ୍ରିୟା ରଖିଛନ୍ତି । ତେବେ ନିଶ୍ଚିତ ଭାବେ ଏଭଳି ବାଘକୁ ଜନସାଧାରଣ ସ୍ଥାନ ମାନଙ୍କରେ ବୁଲାଇବା ନିଶ୍ଚିତ ବିପଜ୍ଜନକ । ତେବେ ଏହି ଭାଇରାଲ ଭିଡିଓ ଦେଖି ଅନେକ ଲୋକ ଭୟଭୀତ ହୋଇଥିବା ଜଣାପଡ଼ିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.