Below header

ଭଦ୍ରକ : ସାପ କାମୁଡ଼ା ରୋଗୀ ସହ ମେଡିକାଲକୁ ସାପ ନେଇ ଆସିଲେ ସମ୍ପର୍କୀୟ

ଭଦ୍ରକ(କେନ୍ୟୁଜ୍‌) : ଜଣେ ୫ ବର୍ଷର ଶିଶୁକୁ ସାପ କାମୁଡ଼ିବା ପରେ ତା’ର ସମ୍ପର୍କୀୟମାନେ ରୋଗୀ ସହ ସାପଟିକୁ ଧରି ମେଡିକାଲ ଆସିଥିବା ଦେଖାଯାଇଛି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ।

ସୂଚନାନୁଯାୟୀ, ଏମିତି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଶୋଷ କାନପୁର ଗାଁ ରେ । ଭଦ୍ରକ ଜିଲ୍ଲା ବରାଳ ପୋଖରୀ ଗାଁ ର ଭରତ ଧଡା ଙ୍କ ୫ ବର୍ଷର ପୁଅ ବିଶ୍ୱଜିତ ଧଡା କାନପୁର ସ୍ଥିତ ମାମୁଁ ଘର କୁ ଯାଇଥିଲା । ଖେଳିବା ବେଳେ ଘର ଭିତରେ ତମ୍ପ ସାପ କାମୁଡ଼ିଦେଇଥିଲା । ପରେ ଅଜା ଦେଖିବା ପରେ ସାପ କୁ ଧରି ବୋତଲ ରେ ପୁରାଇଦେଇଥିଲେ ।

ନାତି କୁ ଭଦ୍ରକ ଜିଲ୍ଲା ମୁଖ୍ଯ ଡାକ୍ତରଖାନା କୁ ଆଣିଥିଲେ । ତେବେ ସାଙ୍ଗ ରେ ସାପ ଟିକୁ ବୋତଲ ରେ ପୁରାଇ ମେଡିକାଲକୁ ନେଇ ଆସିଥିଲେ । ଚିକିତ୍ସା ରେ ସୁବିଧା ପାଇଁ ଡାକ୍ତର ଙ୍କୁ ଦେଖାଇବା ପାଇଁ ସାପ କୁ ଆଣିଥିବା କତା ସେ କହିଛନ୍ତି । ଏହି ଘଟଣା ଏବେ ସେଠାରେ ଚର୍ଚ୍ଚା ର ବିଷୟ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.