ପୋଖରୀରେ ବୁଡି ଉଭୟ ବାପ-ଝିଅ ମୃତ

ନୂଆପଡ଼ା(କେନ୍ୟୁଜ୍‌) :  ନୂଆପଡ଼ା ଏନଏସି ଅନ୍ତର୍ଗତ ସାଲେଭଟା ଗାଁରେ ଘଟିଛି ଏକ ଅଘଟଣ । ଆଜି ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଉଭୟ ବାପା ଓ ୫ବର୍ଷର ଝିଅ ପାଣିରେ ବୁଡି ମୃତ୍ୟୁ ବରଣ କରିଛନ୍ତି ।

ପାଣିରେ ବୁଡିଯାଉଥିବା ଝିଅକୁ ଉଦ୍ଧାର କରିବାକୁ ଯାଇ ବାପାର ମୃତ୍ୟୁ ଘଟିଛି । ମୃତକ ହେଲେ ସାଲେଭଟା ଗାଁର ରୋହିତ ମାଝୀ ଓ ତାଙ୍କ ୫ବର୍ଷର ଝିଅ ଦେବିକା ମାଝୀ । ପୋଖରୀରୁ ଉଭୟ ବାପା ଓ ଝିଅଙ୍କ ମୃତଦେହ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକମାନେ ।

ଘଟଣା ସ୍ଥଳରେ ନୂଆପଡ଼ା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଗୋଟିଏ ପରିବାରର ଉଭୟ ବାପା ଓ ଝିଅଙ୍କ ପାଣିରେ ବୁଡ଼ି ମୃତ୍ୟୁ ଘଟଣାକୁ ନେଇ ସଂପୃକ୍ତ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.