Below header

ପୁରୁଣା ନୋଟ କିଣାବିକା କରୁଥିବା ଅନଲାଇନ ଠକଙ୍କ ଠାରୁ ଦୂରେଇ ରୁହନ୍ତୁ, ସତର୍କ କଲା RBI

ଗତ କିଛି ସମୟ ହେଲା ପୁରୁଣା ମୁଦ୍ରା ଓ ନୋଟ୍ (Old Note and Coin) କିଣିବା ଓ ବିକ୍ରି କରିବାର କ୍ରେଜ ଚାଲିଛି । ଏପରି ଅନେକ ପ୍ଲାଟଫର୍ମ ଅଛି ଯେଉଁଠାରେ ପୁରୁଣା ନୋଟ ଓ ମୁଦ୍ରା ବିକ୍ରି ହେଉଛି । କିନ୍ତୁ ଏହା ମଧ୍ୟରେ ଆପଣଙ୍କୁ ଜାଣିବା ଆବଶ୍ୟକ ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ନିକଟରେ ଏହି ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରିଛି । RBI କହିଛି ଯେ ପୁରୁଣା ବ୍ୟାଙ୍କ୍ ନୋଟ୍ ଓ ମୁଦ୍ରା ବିକ୍ରି ପାଇଁ କେନ୍ଦ୍ରୀୟ ବ୍ୟାଙ୍କର ନାମ ଓ ଲୋଗୋ ବ୍ୟବହାର କରାଯାଉଛି । ଏପରି ପରିସ୍ଥିତିରେ ଯଦି ଆପଣ ମଧ୍ୟ ଏହି ନୋଟ୍ କିଣିବା କିମ୍ବା ବିକ୍ରୟ କରିବାକୁ ଯୋଜନା କରୁଛନ୍ତି, ତାହେଲେ ଏହି ଖବରକୁ ନିଶ୍ଚୟ ପଢ଼ନ୍ତୁ ।

ଯଦି ଆପଣ ମଧ୍ୟ ପୁରୁଣା ମୁଦ୍ରା ଓ ନୋଟ୍ ବିକ୍ରୟ କିମ୍ବା କିଣିବାକୁ ପ୍ରସ୍ତୁତ ହେଉଛନ୍ତି, ତେବେ ବେଳ ଥାଉ ଥାଉ ହୋଇଯାନ୍ତୁ ସାବଧାନ୍‌। ଅନଲାଇନ୍ ଠକମାନେ କ୍ରମାଗତ ଭାବରେ ବିଭିନ୍ନ ଉପାୟରେ ଗ୍ରାହକଙ୍କୁ ଠକିବାକୁ ଚେଷ୍ଟା କରୁଛନ୍ତି । ଏଥିପାଇଁ ସେମାନେ ପ୍ରତିଦିନ ନୂଆ ନୂଆ ଉପାୟ ଖୋଜି ବାହାର କରୁଛନ୍ତି ।


ଭାରତୀୟ ରିଜର୍ଭ ବ୍ୟାଙ୍କ ନିଜର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଟ୍ୱିଟ୍ ଜାରି କରି କହିଛି ଯେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ର ନଜରକୁ ଆସିଛି ଯେ, “କିଛି ତତ୍ତ୍ୱ ଭୁଲ ଭାବରେ ତଥା ବିଭିନ୍ନ ଅନଲାଇନ୍ ମାଧ୍ୟମରେ ରିଜର୍ଭ ବ୍ୟାଙ୍କର ନାମ ଓ ଲୋଗୋ ବ୍ୟବହାର କରୁଛନ୍ତି ଏବଂ ବିଭିନ୍ନ ଅନଲାଇନ୍, ଅଫଲାଇନ୍ ପ୍ଲାଟଫର୍ମ ଜରିଆରେ ପୁରୁଣା ବ୍ୟାଙ୍କ ନୋଟ ଓ ମୁଦ୍ରା ବିକ୍ରୟ ପାଇଁ ଲୋକଙ୍କ ଠାରୁ ଫି / କମିଶନ କିମ୍ବା ଟ୍ୟାକ୍ସ ମାଗୁଛନ୍ତି ।”

ଏଥିପାଇଁ ଆରବିଆଇ ଏହାର ବିବୃତ୍ତିରେ କହିଛି ଯେ ସେ ଏପରି କୌଣସି କାର୍ଯ୍ୟକଳାପରେ ଜଡିତ ନୁହେଁ ଏବଂ ନା କେବେ କାହା ଠାରୁ ଏଭଳି କାରବାର ପାଇଁ କୌଣସି ଶୁଳ୍କ କିମ୍ବା କମିଶନ ମାଗିଥାଏ। ଏଥି ସହିତ ବ୍ୟାଙ୍କ କହିଛି ଯେ ଏଭଳି କାର୍ଯ୍ୟକଳାପ ପାଇଁ କୌଣସି ଅନୁଷ୍ଠାନ କିମ୍ବା ବ୍ୟକ୍ତିଙ୍କୁ କୌଣସି ପ୍ରକାରର ଅନୁମତି ଦେଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.