Below header

ସାଲେପୁର ଲେଣ୍ଡର ଭଗବାନପୁର ଗାଁରେ ଘଟିଥିବା ହତ୍ୟାକାଣ୍ଡର ଖୋଲୁଛି ଗୁମର: ନାତି କରିଛି ଜଘନ୍ୟ କାଣ୍ଡ!

ସାଲେପୁର(କେନ୍ୟୁଜ୍): ନାତି କଲା ଜଘନ୍ୟ ହତ୍ୟା । ଜେଜେବାପାଙ୍କୁ ନିର୍ମମ ଭାବରେ ମାରିଲା । ସାଲେପୁର ଲେଣ୍ଡର ଭଗବାନପୁର ଗାଁରେ ହତ୍ୟାକାଣ୍ଡ ଉପରୁ ଧୀରେ ଧୀରେ ଗୁମର ଫିଟୁଛି । ମୃତ ହୃଷୀକେଶ ମୁଦୁଲିଙ୍କ ନାତି ଓମ୍‌ ପ୍ରକାଶ ମୁଦୁଲିଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ପାରିପାର୍ଶିକ ସ୍ଥିତି ଅନୁଧ୍ୟାନ ଓ ପ୍ରାଥମିକ ତଦନ୍ତ ପରେ ଓମ୍‌ ପ୍ରକାଶ ଉପରେ ସନ୍ଦେହ ବଢ଼ିଥିଲା । କୌଣସି ଏକ ଗୁପ୍ତ ସ୍ଥାନରେ ଅଟକ ରଖି ତାକୁ ପଚରାଉଚରା କରାଯାଇଛି । ପୋଲିସ ଆଗରେ ସେ ସତ ମାନିଥିବା ସୂଚନା ମିଳିଛି । ଆଜି ଓମ୍‌ ପ୍ରକାଶ ମୁଦୁଲିକୁ ଘଟଣାସ୍ଥଳକୁ ନେଇ ଅଧିକ ଖୋଳତାଡ କରିବ ପୋଲିସ ।

ଗୁରୁବାର ବିଳମ୍ବିତ ରାତିରେ ଲେଣ୍ଡର ଭଗବାନପୁର ଗାଁରେ ଘଟିଥିଲା ଜଘନ୍ୟ ହତ୍ୟାକାଣ୍ଡ । ଆକ୍ରମଣରେ ବୃଦ୍ଧ ହୃଷିକେଶ ମୁଦୁଲିଙ୍କର ମୃତ୍ୟୁ ହୋଇଥିଲା । ଗୁରୁତର ପତ୍ନୀ କନକଲତା ଚିକିତ୍ସାଧୀନ ଅଛନ୍ତି । ତେବେ କେଉଁ କାରଣରୁ ନାତି ଜେଜେବାପା ଓ ଜେଜେମାଆଙ୍କୁ ମରଣାନ୍ତକ ଆକ୍ରମଣ କଲେ ତାହା ଜଣା ପଡିନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.