BEL ରେ ବମ୍ପର ନିଯୁକ୍ତି, ଇଂଜିନିୟରିଂ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍‌ (BEL) ଟ୍ରେନି ଇଂଜିନିୟର ଏବଂ ପ୍ରୋଜେକ୍ଟ ଇଂଜିନିୟର ସହିତ ଅନେକ ପଦବୀ ଖାଲିପଡିଛି । ଯେଉଁମାନେ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ଅଫିସିଆଲ ୱେବସାଇଟ୍‌ bel-india.in କୁ ଯାଇ ଆବେଦନ କରିପାରିବେ। ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ୧୪ ଡିସେମ୍ବର ୨୦୨୨ ରହିଛି ।

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୪ ଡିସେମ୍ବର ୨୦୨୨ ରହିଛି ।

ପଦବୀ ବିବରଣୀ : ୨୬୦

ଟ୍ରେନି ଇଂଜିନିୟର ଗ୍ରେଡ ୧
ମେକାନିକାଲ : ୩୫
ଇଲେକ୍ଟ୍ରୋନିକ୍ସ: ୧୧୨
କମ୍ପ୍ୟୁଟର ସାଇନ୍ସ : ୨୫
ସିଭିଲ : ୪
ଇଲେକ୍ଟ୍ରିକାଲ : ୪
ପ୍ରୋଜେକ୍ଟ ଇଂଜିନିୟରି ଗ୍ରେଡ ୧
ମେକାନିକାଲ : ୨୬
ଇଲେକ୍ଟ୍ରୋନିକ୍ସ : ୩୮
କମ୍ପ୍ୟୁଟର ସାଇନ୍ସ: ୫
ସିଭିଲି : ୩
ଇଲେକ୍ଟ୍ରିକାଲ: ୮

ବୟସ ସୀମା : ଟ୍ରେନି ଇଂଜିନିୟର ପଦବୀ ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ବୟସ ସର୍ବାଧିକ ୨୮ ବର୍ଷ ଏହା ପ୍ରୋଜେକ୍ଟ ଇଂଜିନିୟର ପଦବୀ ପାଇଁ ସର୍ବାଧିକ ୩୨ ବର୍ଷ ନିର୍ଦ୍ଧାରିତ କରାଯାଇଛି ।

ଆବେଦନ ଶୁଳ୍କ : ଟ୍ରେନି ଇଂଜିନିୟର-୧ ପଦବୀ ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କୁ ୧୫୦ ଟଙ୍କା ଶୁଳ୍କ ଦେବାକୁ ହେବ। ପ୍ରୋଜେକ୍ଟ ଇଂଜିନିୟର –୧ ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କୁ ୪୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ। ପ୍ରାର୍ଥୀଙ୍କୁ ଜିଏସଟି ଶୁଳ୍କ ଦେବାକୁ ହେବ।

କେମିତି କରିବେ ଆବେଦନ : ଭର୍ତ୍ତି ପାଇଁ ଆବେଦନ କରିବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀ BEL ର ଅଫିସିଆଲ େଓ୍ଵବସାଇଟକୁ ଯାଇ bel-india.inକୁ ଯାଇ ଆବେଦନ କରିପାରିବେ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://bel-india.in/Documentviews.aspx?fileName=DETAIL%20ADVERTISEMENT-29-11-22.pdf