ଆହୁରି ମଜାଦାର ହେବ WhatsApp ଚାଟିଂ, ଏବେ ତିଆରି କରିପାରିବେ ନିଜର ଅବତାର

ହ୍ୱାଟ୍‌ସଆପ୍‌ ୟୁଜରମାନଙ୍କ ପାଇଁ ଖୁସି ଖବର । ହ୍ଵାଟ୍ସଆପ୍‌ ପ୍ରତ୍ୟେକ ଦିନ ନିଜର ନୂଆ ନୂଆ ଫିଚର ଲଞ୍ଚ୍‌ କରେ। ମେଟା ପ୍ରତିଷ୍ଠାତା ତଥା ସିଇଓ ମାର୍କ ଜୁକରବର୍ଗ ହ୍ୱାଟ୍ସଆପ୍ ପାଇଁ ଏକ ନୂତନ ଡିଜିଟାଲ୍ ଅବତାର ଘୋଷଣା କରିଛନ୍ତି । ଏହି ବିକଳ୍ପ ବିଟମୋଜିସ୍ ଦ୍ୱାରା ଅନୁପ୍ରାଣିତ ଏବଂ ଏହା ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ ପୁର୍ବରୁ ଉପଲବ୍ଧ ଅଛି । ଏହି ଫିଚର ସାହାଯ୍ୟରେ ଆପଣ ୩୬ କଷ୍ଟମାଇଜେବଲ୍ ଷ୍ଟିକର୍ ମଧ୍ୟରୁ ବାଛି ପାରିବେ କିମ୍ବା ଆପଣଙ୍କର ପ୍ରୋଫାଇଲ୍ ଫଟୋ ପାଇଁ ଏକ ବ୍ୟକ୍ତିଗତ ଅବତାର ସୃଷ୍ଟି କରିପାରିବେ । ଏହି ଅବତାରଗୁଡିକ ଚାଟ୍ ରେ ମଧ୍ୟ ଅଂଶୀଦାର କରାଯାଇପାରେ ।

ଏନେଇ ମେଟା ସୂଚନା ଦେଇଛି ଯେ, ସମସ୍ତ ଉପଭୋକ୍ତା ଡିସେମ୍ବର ୭ ଅର୍ଥାତ ବୁଧବାର ଠାରୁ ଏହି ନୂତନ ଫିଚର ପାଇଛନ୍ତି। ଏଥିପାଇଁ ଉପଭୋକ୍ତାମାନେ ବିଭିନ୍ନ ହେୟାର ଷ୍ଟାଇଲ୍‌, ଫେସ ଫିଚର୍ସ ଏବଂ ପୋଷାକକୁ ଏକତ୍ର କରିପାରିବେ । ଯଦି ଆପଣ ଆପଣ ହ୍ୱାଟ୍‌ସଆପ୍‌ ଏହି ଫିଚର୍ସ ଦେଖିବାକୁ ସକ୍ଷମ ନୁହଁନ୍ତି ଏବଂ ଆପଣ ଏହାକୁ ବ୍ୟବହାର କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ଆପଣ ଆପଲ୍ ଆପ୍ ଷ୍ଟୋର୍ କିମ୍ବା ଗୁଗୁଲ୍ ପ୍ଲେ ଷ୍ଟୋରରୁ ଆପଣଙ୍କର ହ୍ୱାଟ୍‌ସଆପ୍‌ କୁ ଅପଡେଟ୍ କରନ୍ତୁ। ଏହା ପରେ ନିମ୍ନରେ ଦଦିଆ କରାଯାଇଥିବା ପଦକ୍ଷେପଗୁଡ଼ିକୁ ଅନୁସରଣ କରନ୍ତୁ।

1: ଆପଣଙ୍କର iOS କିମ୍ବା ଆଣ୍ଡ୍ରଏଡ୍ ଫୋନରେ ହ୍ୱାଟ୍‌ସଆପ୍‌ ଆପ୍ ଖୋଲନ୍ତୁ ।

2: ଏକ ଚାଟ୍ ଖୋଲନ୍ତୁ ଏବଂ ମେସେଜ ବକ୍ସରେ ଷ୍ଟିକର୍ ଟ୍ୟାପ୍ କରନ୍ତୁ । ଆଣ୍ଡ୍ରଏଡରେ ଷ୍ଟିକର୍ ଅପସନ ଇମୋଜି ଟ୍ୟାବରେ ରହିଛି, ଯାହା GIF ସହିତ ସମାନ ।

3: ଅବତାର କ୍ରେଟଲ ଟୁଲବକ୍ସରେ ଆପଣଙ୍କ ଅବତାର ତିଆରି କରିବା ଆରମ୍ଭ କରନ୍ତୁ । ଏଥିରେ ବିଭିନ୍ନ ସ୍ୱର, ହେୟାର ଷ୍ଟାଇଲ, ପୋଷାକ , ଚେହେରାର ଆକାର, ଆଖି ଏବଂ ନାକ ସେଟ୍ କରିପାରିବେ ।

4: ଅବତାରରେ ନିଜଚେହେରାର ଫିଚର୍ସ କପି କରିପାରିବେ । ଏଥିପାଇଁ କେବଳ ସ୍କ୍ରିନ୍ ର ଡାହାଣ ପାର୍ଶ୍ୱରେ ଥିବା ମିରର ଆଇକନ୍ ଉପରେ ଟ୍ୟାପ୍ କରିବାକୁ ପଡିବ । ଆଇକନ୍ ସାମ୍ନା କ୍ୟାମେରା ଟର୍ନ୍ ଅନ୍ କରନ୍ତୁ ଏବଂ ଏକ ଛୋଟ ବକ୍ସ ଖୋଲିବ ଯେଉଁଥିରେ ନିଜକୁ ଦେଖିପାରିବେ ।

5: ଏହା ପରେ ଅବତାର ଆପଣଙ୍କୁ ଏକ ଷ୍ଟିକର୍ ଭାବରେ ଦେଖାଯିବ । ଏଠାରେ ଇଚ୍ଛା ଅନୁଯାୟୀ ସେଗୁଡ଼ିକୁ ଆପଣଙ୍କ ସାଙ୍ଗମାନଙ୍କ ନିକଟକୁ ପଠାଇ ପାରିବ ।

ଯଦିଓ ଏହି ଫିଚର ସମସ୍ତ ୟୁଜର୍ସମାନଙ୍କ ପାଇଁ ରିଲିଜ୍ ହୋଇଛି । କିନ୍ତୁ, ସମସ୍ତ ଉପଭୋକ୍ତାଙ୍କ ନିକଟରେ ଏହା ପହଞ୍ଚିବାକୁ କିଛି ସମୟ ଲାଗିପାରେ । ଏପରି ପରିସ୍ଥିତିରେ ଆପଣଙ୍କୁ କିଛି ସମୟ ଅପେକ୍ଷା କରିବାକୁ ପଡିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.