Below header

ଏସ୍‌ଓଜି ଟିମ୍‌କୁ ବଡ଼ ସଫଳତା: କନ୍ଧମାଳ ସୁମରବନ୍ଧ ଜଙ୍ଗଲରୁ ୧୫ କିଲୋ ବିସ୍ଫୋରକ ଜବତ, ଧ୍ୱଂସ ହେଲା ମାଓ କ୍ୟାମ୍ପ

କନ୍ଧମାଳ : ଏସ୍‌ଓଜି ଟିମ୍‌କୁ ବଡ଼ ସଫଳତା । କନ୍ଧମାଳ ସୁମରବନ୍ଧ ଜଙ୍ଗଲରୁ ପାଖାପାଖି ୧୫ କିଲୋ ବିସ୍ଫୋରକ ଜବତ କରିଛି ଏସ୍‌ଓଜି ଟିମ୍‌ । ଖାଲି ସେତିକି ନୁହେଁ  ମାଓ କ୍ୟାମ୍ପ ଧ୍ୱଂସ କରିବା ସହ ଜବତ କରିଛି ବିପୁଳ ପରିମାଣ ବିସ୍ଫୋରକ ।  ଏଥିରେ ରହିଛି ୟୁରିଆ, ଗନ୍‌ ପାଉଡର ଓ ଅନ୍ୟ ବିସ୍ଫୋରକ । ଏହା ସହ ବିଭିନ୍ନ ମାଓ ସାମଗ୍ରୀ ମଧ୍ୟ ଜବତ କରାଯାଇଛି ।

ଜବତ ସାମଗ୍ରୀ ଭିତରେ ରହିଛି ୨୮ଟି ଡିଟୋନେଟର, ମଲ୍‌ଟିମିଟର, ବ୍ୟାଗ୍‌, ବ୍ୟାନର ଓ ପୋଷ୍ଟର । ଏନେଇ ଖବର ପାଇ ଏସ୍‌ଓଜି ଟିମ୍‌ କନ୍ଧମାଳ ଫିରିଙ୍ଗିଆ ସୁମରବନ୍ଧ ଜଙ୍ଗଲରେ ଚଢାଉ କରିଥିଲା । ଗତ ୨୯ ତାରିଖରୁ ଅପରେସନ୍‌ ଜାରି ରହିଥିଲା । ଲଡାପଦର ସଂରକ୍ଷିତ ଜଙ୍ଗଲରେ ଥିବା ଏକ ମାଓ କ୍ୟାମ୍ପକୁ ଧ୍ୱଂସ କରାଯାଇଥିଲା । ହେଲେ ମାଓବାଦୀମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ । ଘଞ୍ଜ ଜଙ୍ଗଲର ସୁଯୋଗ ନେଇ ମାଓବାଦୀମାନେ ଖସି ପଳାଇବାରେ ସମର୍ଥ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.