କରୋନାରୁ ସୁସ୍ଥତା ଲାଭ କଲେ ଟିଭି ଆକ୍ଟ୍ରେସ ମୋହିନା କୁମାରୀ, ନିଜ ସୋସିଆଲ ମିଡ଼ିଆ ପୋଷ୍ଟରେ ଲେଖିଲେ ଏମିତି କିଛି

ଲୋକପ୍ରିୟ ଟେଲିଭିଜନ ସିରିଏଲ “ୟେ ରିସ୍ତା କ୍ୟା କହେଲେତା ହେ”ରୁ ପ୍ରସିଦ୍ଧି ଲାଭ କରିଥିବା ଅଭିନେତ୍ରୀ ମୋହିନା କୁମାରୀ ଶେଷରେ କରୋନା ବିରୋଧୀ ଲଢେଇରେ ବିଜୟୀ ହୋଇଛନ୍ତି । ମୋହିନା ହେଉଛନ୍ତି ଆଧ୍ୟାତ୍ମିକ ଗୁରୁ ତଥା ଉତ୍ତରାଖଣ୍ଡ କ୍ୟାବିନେଟ ମନ୍ତ୍ରୀ ସତପାଲ ମହାରାଜଙ୍କ ବୋହୂ । ପାଖାପାଖି ଏକ ମାସ ହେବ ଚିକିତ୍ସିତ ହେବା ପରେ ତାଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି । କିନ୍ତୁ ମୋହିନା ସୁସ୍ଥତା ଲାଭ କରିଥିବା ବେଳେ ତାଙ୍କ ଭାଈଙ୍କ ରିପୋର୍ଟ ପଜିଟିଭ ଆସିଛି । ଏବାବଦରେ ଇନ୍ଷ୍ଟଗ୍ରାମ ପୋଷ୍ଟରେ ନିଜେ ମୋହିନା ସୂଚନା ଦେଇଛନ୍ତି । ଭାଇଙ୍କ ଉଦ୍ଦେଶ୍ୟରେ ସେ ଆହୁରି ମଧ୍ୟ ଲେଖିଛନ୍ତିଯେ, “ମୁଁ ବହୁତ ଦୁଃଖିତ ଯେ, ଆମ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଥିବା ବେଳେ ତମ ରିପୋର୍ଟ ପଜିଟିଭ ଆସିଛି । କିନ୍ତୁ ବ୍ୟସ୍ତ ହୁଅନି ଏହି ଭାଇରସ ଏତେ ବି ମାରାତ୍ମକ ନୁହେଁ । ମୁଁ ଆଶା କରୁଛି ତମେ ଶୀଘ୍ର ସୁସ୍ଥତା ଲାଭ କରିବ । କିନ୍ତୁ ତମେ ନିୟମ କଡ଼ାକଡ଼ି ଭାବେ ପାଳନ କର ।

mohina

ଘରୋଇ କାଢା ନିୟମିତ ଭାବେ ପିଅ, ଘରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଖାଆନ୍ତୁ , ଫଳ , ପନିପରିବା ଓ ଭିଟାମିନ – ସି ଟାବଲେଟ ଆଦି ଖାଆନ୍ତୁ । ଏହା ସହିତ ଏସିରେ ରହିବା ଅଭ୍ୟାସ କମ କରନ୍ତୁ, ଉଷୁମ ପାଣି ପିଅନ୍ତୁ, ଅକ୍ସିମିଟର ନିଅନ୍ତୁ ଶୀଘ୍ର ସୁସ୍ଥତା ଲାଭ କରିବ । ସୂଚନା ଦେବା ଉଚିତ ହେବକି, କିଛି ଦିନ ପୂର୍ବେ ହିଁ ମୋହିନା କରୋନା ଭାଇରସରୁ ଆରୋଗ୍ୟ ଲାଭ କରିଛନ୍ତି । ପାଖାପାଖି ମାସକ ତଳେ ହିଁ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ଖାଲି ମୋହିନା ନୁହନ୍ତି ତାଙ୍କ ପୂରା ପରିବାର ଲୋକଙ୍କ କରୋନା ଜନିତ ରିପୋର୍ଟ ପଜିଟିଭ ଆସିଥିଲା । ଏହି କାରଣରୁ ପରିବାର ସଦସ୍ୟ ମାନେ ୧୦ ଦିନ ପାଇଁ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିଲେ । ପରେ ହସ୍ପିଟାଲରୁ ଫେରି ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଥିଲେ । କିନ୍ତୁ ଏବେ ପୂରା ପରିବାର ଆରୋଗ୍ୟ ଲାଭ କରିଥିବା ଜଣାଯାଇଛି ।

mohina

ନିଜ ଫ୍ୟାନ୍ସ ମାନଙ୍କୁ ଏହି ଶୁଭ ଖବର ଦେଇ କହିଛନ୍ତିଯେ, ଗୋଟେ ମାସର ବ୍ୟବଧାନ ପରେ ଆମ ପରିବାରର ରିପୋର୍ଟ ନେଗେଟିଭ ଆସିଛି ଏନେଇ ଆମେ ଋଷିକେଶ ସ୍ଥିତ ଏମ୍ସ ହସ୍ପିଟାଲ ର ସମସ୍ତ ଡାକ୍ତରଙ୍କ ସମେତ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଧନ୍ୟବାଦ ଜଣାଉଛୁ ଜ୍ଝ ଏହାସହ “ଜାତୀୟ ଡାକ୍ତର ଦିବସ”ରେ ବି ମୋହିନା ସମସ୍ତ ଡାକ୍ତରଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ମୁଁ ମୋ ଜୀବନରେ ଏ ଜବତ ଅନେକ ଡାକ୍ତର, ନର୍ସ ତଥା ମେଡିକାଲ ଷ୍ଟାଫଙ୍କୁ ଭେଟି ସାରିଲିଣି । ସାଧାରଣ ଜନତାଙ୍କ ପ୍ରତି ଥିବା ସେମାନଙ୍କ କର୍ତ୍ତବ୍ୟ ନିଷ୍ଠତା ପାଇଁ ମୁଁ ପ୍ରଭାବିତ ହୋଇ ଆସିଛି ଜ୍ଝ ସୂଚନା ଦେବା ଯୋଗ୍ୟକି, ଅକ୍ଟୋବର ୧୪ ତାରିଖରେ ମୋହିନା ଶୂୟସ ରାବତଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ଶୂୟସ ହେଉଛନ୍ତି, ଉତ୍ତରାଖଣ୍ଡ କ୍ୟାବିନେଟ ମନ୍ତ୍ରୀ ସତପାଳଙ୍କ ସାନ ପୁଅ । ସେମାନଙ୍କ ବିବାହ ରିସେପ୍ସନରେ ପ୍ରଧାନମନ୍ତ୍ରୀ ମୋଦି ବି ଯୋଗ ଦେଇଥିଲେ । ମୋହିନାଙ୍କ ବାପଘର ହେଉଛନ୍ତି ରାଜବଂଶୀୟ । ଏଣୁ ସେ ମଧ୍ୟପ୍ରଦେଶ ରିବା ଅଞ୍ଚଳର ରାଜକୁମାରୀ । ସେ ମହାରାଜା ପୁଷ୍ପରାଜ ସିଂହଙ୍କ ଝିଅ ଓ ସେ ଖୁବ ରାଜକୀୟ ଜୀବନ ଅତିବାହିତ କରିବାକୁ ପସନ୍ଦ କରନ୍ତି ମୋହୀନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.