OnePlus 8 Proର ଫ୍ଲାସ୍‌ ସେଲ ଆଜି, କ୍ୟାସବ୍ୟାକ ସହିତ ବମ୍ପର ଅଫର

ଓ୍ଵାନପ୍ଲସର ଲାଟେଷ୍ଟ ସ୍ୱାର୍ଟଫୋନ ଓ୍ଵାନପ୍ଲସ ୮ ପ୍ରୋର ଆଜି ଫ୍ଲାସ ସେଲ ଅଛି। ଏହି ସେଲ ଆଜି ଦିନ ୧୨ଟାରୁ ଇ-କମର୍ସ ସାଇଟ ଆମାଜନ ଇଣ୍ଡିଆ ଏବଂ କମ୍ପାନୀର ଅଫିସିଆଲ ସାଇଟରେ ଆରମ୍ଭ ହେବ। ଗ୍ରାହକଙ୍କୁ ଓ୍ଵାନପ୍ଲସ ୮ ପ୍ରୋ ଫୋନ କ୍ରୟ ଉପରେ ବଢ଼ିଆ କ୍ୟାସବ୍ୟାକର ସୁବିଧା ଠାରୁ ନେଇ ସାନଦାର ଡିସକାଉଣ୍ଟ ପଯ୍ୟର୍ନ୍ତ ମିଳିବ। ଏହାଛଡା ଏହି ସ୍ମାର୍ଟଫୋନରେ ନୋ-କଷ୍ଟ ଇଏମଆଇ ମଧ୍ୟ ଦିଆଯିବ। ଅବଶ୍ୟ ଏହି ସ୍ମାର୍ଟଫୋନର ଡେଲିଭରୀ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ହୋଇଥିବା କଟେନମେଣ୍ଟ ଜୋନରେ ହିଁ ହେବ।

ଓ୍ଵାନପ୍ଲସ ୮ ପ୍ରୋର ଦାମ

ଓ୍ଵାନପ୍ଲସ ୮ ପ୍ରୋ ସ୍ମାର୍ଟଫୋନ ୮ ଜିବି ରାମ+୧୨୮ ଜିବି ଷ୍ଟୋରେଜ ଏବଂ ୧୨ ଜିବି ରାମ + ୧୨୮ ଜିବି ଷ୍ଟୋରେଜ ଭେରିଏଣ୍ଟରେ ମିଳିବ, ଯାହା କ୍ରମଶଃ ୫୪,୯୯୯ ଟଙ୍କା ଏବଂ ୫୯,୯୯୯ଟଙ୍କା ରହିଛି। ଅଫର୍ସ ବିଷୟରେ କହିବା ତ ଗ୍ରାହକଙ୍କୁ ଆମାଜନ ପେ ରେ ପେମେଣ୍ଟ କଲେ ୧,୦୦୦ଟଙ୍କାର କ୍ୟାସବ୍ୟାକ୍‌ ମିଳିବ। ସେହିପରି ଜିଓ ତରଫରୁ ୬,୦୦୦ଟଙ୍କାର ବେନିଫିଟ ମିଳିବ। ଏହାଛଡା ଏହି ସ୍ୱାର୍ଟଫୋନକୁ ୧୨ ମାସକୁ ନୋ କଷ୍ଟ ଇଏମଆଇ ସହିତ ମଧ୍ୟ କିଣିପାରିବେ।

oneଫିଚର୍ସ

କମ୍ପାନୀ ଓ୍ଵାନପ୍ଲସ ୮ ପ୍ରୋ ସ୍ମାର୍ଟଫୋନରେ ୬.୭୮ ଇଞ୍ଚର କ୍ୟୁଏଚଡି ପ୍ଲସ ଡିସପ୍ଲେ ଦିଆଯାଇଛି। ଯାହାର ରିଫ୍ରେସ ରେଟ ୧୨୦ ହଟର୍ଜ ରହିଛି। ଏହାସହିତ ଏହି ଫୋନରେ କ୍ୱାଲକମ ସ୍ନାପଡ୍ରାଗନ ୮୬୫ ପ୍ରୋସସର ଦିଆଯାଇଛି। ସେହିପରି ଏହି ସ୍ମାର୍ଟଫୋନ ଆଣ୍ଡ୍ରଏଡ୍‌ ୧୦ ଅପରେଟିଙ୍ଗ ସିଷ୍ଟମରେ କାମ କରିଥାଏ।

କ୍ୟାମେରା

1 plusକ୍ୟାମେରା ବିଷୟରେ କହିବା ତ ଏହି ସ୍ମାର୍ଟଫୋନରେ କ୍ୱାଡ କ୍ୟାମେରା ସେଟଅପର ସପୋର୍ଟ ମିଳିବ, ଯେଉଁଥିରେ ୪୮ ମେଗାପିକ୍ସେଲ ପ୍ରାଇମେରୀ ସେନସର, ୮ ମେଗାପିକ୍ସେଲର ଟେଲିଫଟୋ ଲେନ୍ସ, ୪୮ ମେଗାପିକ୍ସେଲର ସେନସର ଏବଂ ୫ ମେଗାପିକ୍ସେଲର କଲର ଫିଲ୍ଟର ସେନସର ରହିଛି। ଏହାଛଡା ଏହି ଫୋନର ଫ୍ରଣ୍ଟରେ ୧୬ ମେଗାପିକ୍ସେଲର ସେଲ୍ଫି କ୍ୟାମେରା ଦିଆଯାଇଛି।

ବ୍ୟାଟେରୀ

କମ୍ପାନୀ ଏହି ସ୍ମାର୍ଟଫୋନରେ କନେକ୍ଟିଭିଟୀ ପାଇଁ ଏଥିରେ ୫ଜି,୪ଜି ଏଲଟିଇ, ଓ୍ଵାଇ-ଫାଇ, ବ୍ଲୁଟୁଥ, ଜିପିଏସ ଏବଂ ୟୁଏସବି ପୋର୍ଟ ହାଉସ ଭଳି ଫିଚର୍ସ ଦିଆଯାଛି। ଏହାଛଡା ୟୁଜର୍ସଙ୍କୁ ଏହି ଫୋନରେ ୩୦ଟି ରାପ ଚାର୍ଜ ସହିତ ୪,୫୧୦ର ବ୍ୟାଟେରୀ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.