Below header

ତାଳଚୁଆ ସାମୁଦ୍ରିକ ଥାନା ଅଧିକାରୀଙ୍କ ମହାନତା, ଅସହାୟ ବୃଦ୍ଧାଙ୍କୁ କାନ୍ଧରେ ବୋହି ଆଣିଲେ ସୁରକ୍ଷିତ ସ୍ଥାନକୁ

ରାଜନଗର: ତୁହାକୁ ତୁହା ବର୍ଷା ସାଙ୍ଗକୁ କାଦୁଅ ପଚ ପଚ ରାସ୍ତା। ରାସ୍ତା ଘାଟ ବିଲ ବାଡି ସବୁଠି ପାଣି ଭର୍ତ୍ତି। ଏଭଳି ମୁହୂର୍ତ୍ତରେ ଫସି ରହିଥିବା ଜଣେ ଅସହାୟ ବୃଦ୍ଧାଜଣଙ୍କୁ ଉଦ୍ଧାର କରିଛନ୍ତି ତାଳଚୁଆ ସାମୁଦ୍ରିକ ଥାନା ଅଧିକାରୀ। କେନ୍ଦ୍ରାପଡା ଜିଲ୍ଲାରେ ବାତ୍ୟା ୟାସ୍ ର ପ୍ରଭାବ ଆରମ୍ଭ ହୋଇଗଲାଣି । ଧିରେ ଧିରେ ବର୍ଷା ସାଙ୍ଗକୁ ପବନର ବେଗ ବଢିବାରେ ଲାଗିଛି । ଯାହାଫଳରେ ରାଜନଗର ବ୍ଲକର ତଳିଆ ଅଞ୍ଚଳ ତାଳଚୁଆ , ରଙ୍ଗଣୀ , ପେଣ୍ଠ ଓ ଗୁପ୍ତି ଭଳି ତଳିଆ ଅଞ୍ଚଳରେ ଲୋକମାନଙ୍କୁ ସ୍ଥାନାନ୍ତରିତ ପ୍ରକ୍ରିୟା ଯୋରଦାର ଚାଲିଛି । ପ୍ରଶାସନିକ ଅଧିକାରୀ ମାନେ ଉଦ୍ଧାର କାର୍ଯ୍ୟ ଜାରୀ ରଖିଛନ୍ତି । ଜିଲ୍ଲାପାଳ ମଧ୍ୟ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ବୁଲି ସ୍ଥିତି ସମିକ୍ଷା କରୁଛନ୍ତି ।

ଏହାରି ଭିତରେ ତାଳଚୁଆ ସାମୁଦ୍ରିକ ଥାନା ଅଧିକାରୀ ନିଜ ଜୀବନକୁ ବାଜି ଲଗାଇ ବର୍ଷା ପବନରେ ତଳିଆ ଅଞ୍ଚଳର ଲୋକମାନଙ୍କୁ ଉଚ୍ଚ ସ୍ଥାନ ତଥା ବାତ୍ୟା ଆଶ୍ରୟସ୍ଥଳୀକୁ ଆଣୁଥିବାର ଦେଖିବାକୁ ମିଳିଛି । ଯେଉଁ ସମୟର ଏକ ଭିଜୁଆଲ୍ ଏବେ ଭାଇରାଲ୍ ହେବାରେ ଲାଗିଛି । ତାଳଚୁଆ ବାଘମାରୀର ଅମରାବତୀରୁ ଜଣେ ୯୧ ବର୍ଷର ବୃଦ୍ଧାଙ୍କୁ କାନ୍ଧ ଭାରରେ ବୋହି ସୁରକ୍ଷିତ ସ୍ଥାନକୁ ନେଇଛନ୍ତି ନିଜେ ତାଳଚୁଆ ସାମୁଦ୍ରିକ ଥାନା ଅଧିକାରୀ ଶ୍ରୀକାନ୍ତ ବାରିକ ।

rajnagarଯୁଆଡେ ଦେଖିବ ସିଆଡେ ଖାଲି ପାଣି । ପାଣି ଭିତରେ ପଶି ଖାଲି ପାଦରେ ଚାଲି ଚାଲି, କାନ୍ଧରେ ଭାର ସାହାର୍ଯ୍ଯରେ ବୃଦ୍ଧାଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିଛନ୍ତି ଥାନା ଅଧିକାରୀ। ଏଥିରେ ଗ୍ରାମବାସୀ ମଧ୍ଯ ତାଙ୍କୁ ପୂର୍ଣ୍ଣ ସହଯୋଗ କରୁଛନ୍ତି। ଯେଉଁ ଦ୍ରୁଶ୍ଯ ଦେଖିବା ପରେ ସରକାରଙ୍କ ପ୍ରାକ୍ ବାତ୍ଯା ପ୍ରସ୍ତୁତି କେତେ ସଫଳତାର ସହ ଆଗେଇ ଚାଲିଛି ତାହା ସ୍ପଷ୍ଟ ବାରି ହୋଇପଡୁଛି। ଏଭଳି ସବୁ ଅଧିକାରୀ ଯଦି ତତ୍ପରତାର ସହ କାମ କରିବେ, ତେବେ ସମ୍ଭାବ୍ଯ ବାତ୍ଯାକୁ ମୁକାବିଲା କରିବାରେ ଓଡିଶା ସଫଳ ହେବ ଏଥିରେ କୌଣସି ଦ୍ବନ୍ଦ ନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.