ଦେଶରେ ୩ ଲକ୍ଷ ପାର କଲା କରୋନା ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଆଉ ୪ ହଜାର ୪୫୫ ଆକ୍ରାନ୍ତ ମୃତ

ନୂଆଦିଲ୍ଲୀ : ଦେଶରେ ୩ ଲକ୍ଷ ପାର କଲା କରୋନା ମୃତ୍ୟୁସଂଖ୍ୟା । ଆମେରିକା ଓ ବ୍ରାଜିଲ ପରେ ଏହି ତାଲିକାରେ ତୃତୀୟ ଦେଶ ଭାବରେ ଯୋଡ଼ି ହୋଇଛି ଭାରତ । ମୃତ୍ୟୁସଂଖ୍ୟାରେ ବ୍ରେକ୍‌ ଲାଗି ପାରୁନି । ଗତ ୨୪ ଘଣ୍ଟାରେ ଆଉ ୪ ହଜାର ୪୫୫ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୋଟ ମୃତ୍ୟୁସଂଖ୍ୟା ୩ ଲକ୍ଷ ୩ ହଜାର ୭୨୦କୁ ବୃଦ୍ଧି ପାଇଛି ।

ମାତ୍ର ୧୨ ଦିନରେ ପ୍ରାଣ ହରାଇଛନ୍ତି ୫୦ ହଜାର କରୋନା ଆକ୍ରାନ୍ତ । ମୃତ୍ୟୁସଂଖ୍ୟା ଲକ୍ଷେରୁ ଦେଢ଼ ଲକ୍ଷ ପହଁଚିବାକୁ ଲାଗିଥିଲା ୯୫ ଦିନ । ଦେଢ଼ ଲକ୍ଷରୁ ୨ ଲକ୍ଷ ପହଁଚିବାକୁ ଲାଗିଥିଲା ୧୧୨ ଦିନ । ୨ ଲକ୍ଷରୁ ଅଢ଼େଇ ଲକ୍ଷ ପହଁଚିବାକୁ ଲାଗିଲା ୧୪ ଦିନ । କିନ୍ତୁ ଅଢ଼େଇରୁ ତିନି ଲକ୍ଷ ପହଁଚିବାକୁ ଲାଗିଲା ମାତ୍ର ୧୨ ଦିନ । ଏବେ ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ତିନି ଲକ୍ଷ ତଳେ ରହୁଥିବା ବେଳେ ଅଧିକ ସୁସ୍ଥ ହେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.