ଭାରତୀୟ ଭ୍ୟାକସିନ Covaxinକୁ କରୋନା ବିରୁଦ୍ଧରେ ଲଢ଼ିବା ପାଇଁ ଆମେରିକା ମାଗିଲା ଅନୁମତି

ଭାରତ ବାୟୋଟେକ ଓ ICMRର ସଂଯୁକ୍ତ ପ୍ରୟାସରେ ଭାରତରେ କରୋନା ବିରୁଦ୍ଧରେ ଅସ୍ତ୍ର ପ୍ରସ୍ତୁତ କରାଯାଇଛି । କୋଭାକ୍ସିନ ଓ କୋଭିସିଲ୍ଡ ଭଳି ୨ଟି ଅସ୍ତ୍ର ପ୍ରସ୍ତୁତ କରାଯାଇଛି । ଲୋକମାନଙ୍କୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଏହି ଭ୍ୟାକସିନକୁ ଦିଆଯାଉଛି । ସରକାରଙ୍କ ଏହି ଟିକାକରଣ ଅଭିଯାନକୁ ସଫଳ କରିବା ପାଇଁ ଅନୁରୋଧ ମଧ୍ୟ କରାଯାଉଛି । ତେବେ ଏହାକୁ ଦେଖି ଏବେ ପାଶ୍ଚାତ ଦେଶ ଆମେରିକା କରୋନା ମହାମାରୀ ବିରୁଦ୍ଧରେ ଲଢ଼ିବା ପାଇଁ ଭାରତୀୟ ଅସ୍ତ୍ରକୁ ବ୍ୟବହାର କରିବା ପାଇଁ ଆଗ୍ରହ ପ୍ରକାଶ କରିଛି ।

ଆମେରିକା ଟିକାର ବ୍ୟବହାର ପାଇଁ ଅନୁମତି ମ।ଗିଛି । ଭାରତ ବାୟୋଟେକ କୋଭିଡ ଭ୍ୟାକସିନ କୋଭାକ୍ସିନ ପାଇଁ ଆମେରିକା ମେଡିକାଲ ନିୟାମକ ଏଫଡିଏଙ୍କ ପାଖରେ ଏକ ମାଷ୍ଟର ଫାଇଲ ଜମା କରିଛନ୍ତି ।

ଏହାସହ ଆମେରିକାରେ ଜୈବିକ ଲାଇସେନ୍ସ ଆବେଦନର ମଞ୍ଜୁରୀ ସହ କମ୍ପାନୀର ବ୍ୟବସାୟୀକରଣ ରଣନୀତିରେ ପରିବର୍ତ୍ତନ ମଧ୍ୟ କରାଯିବ । ଏହାର ସମୀକ୍ଷା କରିବା ପାଇଁ ପ୍ରିକ୍ଲିନିକାଲ ଅଧ୍ୟୟନ, ରସାୟନ, ବିନିର୍ମାଣ ଓ ନିୟନ୍ତ୍ରଣ ଅଧ୍ୟୟନ ଉପରେ ମାଷ୍ଟର ଫାଇଲ ଦିଆଯାଇଛି । ତେବେ ଭାରତୀୟ ଭ୍ୟାକସିନର ବ୍ୟବହାର ପରେ ପଜିଟିଭ ରିପୋର୍ଟ ଆସିବ ବୋଲି ଆମେରିକା ପକ୍ଷରୁ କୁହାଯାଇଛି । ଏହି ଭ୍ୟାକସିନ ଦ୍ୱାରା ଲୋକଙ୍କ ଜୀବନ ସୁରକ୍ଷିତ ରହିବା ଅତ୍ୟନ୍ତ ଜରୁରୀ । ନଚେତ ମହମାରୀ କବଳରୁ ନିଜକୁ ରକ୍ଷା କରିବା ଅସମ୍ଭବ ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.