Below header

ହରିନାମ ସଙ୍କୀର୍ତ୍ତନରୁ ଗୋଷ୍ଠୀ ସଙ୍ଘର୍ଷ: ଟେକା ପଥର ମାଡ଼ରେ ଅନେକ ଆହତ, ୬ଗିରଫ

ହରିନାମ ସଙ୍କୀର୍ତ୍ତନରୁ ଗୋଷ୍ଠୀ ସଙ୍ଘର୍ଷ । ଟେକା ପଥର ମାଡ଼ରେ ଅନେକ ଆହତ । ଉଭୟ ଗୋଷ୍ଠୀର ୬ଗିରଫ । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ମଧୁପୁର ଗ୍ରାମରେ ଅଷ୍ଟପ୍ରହର ନାମଯଜ୍ଞ ବେଳେ କିଛି ମହିଳାଙ୍କୁ ଗାଳିଗୁଲଜ ଅଭିଯୋଗରେ ଆରମ୍ଭ ହୋଇଥିଲା ମହାଭାରତ । ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି ।

କାକଟପୁର(କେନ୍ୟୁଜ୍): ହରିନାମ ସଙ୍କୀର୍ତ୍ତନରୁ ଗୋଷ୍ଠୀ ସଙ୍ଘର୍ଷ । ଟେକା ପଥର ମାଡ଼ରେ ଅନେକ ଆହତ । ଉଭୟ ଗୋଷ୍ଠୀର ୬ଗିରଫ । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ମଧୁପୁର ଗ୍ରାମରେ ଅଷ୍ଟପ୍ରହର ନାମଯଜ୍ଞ ବେଳେ କିଛି ମହିଳାଙ୍କୁ ଗାଳିଗୁଲଜ ଅଭିଯୋଗରେ ଆରମ୍ଭ ହୋଇଥିଲା ମହାଭାରତ । ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି ।

ସୂଚନା ଅନୁଯାୟୀ, ଚଳିତବର୍ଷ ରାଜନୈତିକ କନ୍ଦଳ ଯୋଗୁଁ ଗ୍ରାମରେ ଗୋଟିଏ ଅଷ୍ଟପ୍ରହରୀ ବଦଳରେ ୨ଟି ଅଷ୍ଟପ୍ରହରୀର ଆୟୋଜନ କରାଯାଇଥିଲା । ଅଷ୍ଟପ୍ରହରୀ ଚାଲିଥିବା ବେଳେ ଗୋଟିଏ ଗୋଷ୍ଠୀର ଜଣେ ଯୁବକ ଅନ୍ୟ ଗୋଷ୍ଠୀର କିଛି ମହିଳାଙ୍କୁ ଗାଳିଗୁଲଜ କରିଥିଲେ । ଏବଂ ତା ପରେ ଆରମ୍ଭ ହୋଇଥିଲା ମହାଭାରତ ।

ଟେକା ପଥର ମାଡ଼ରେ ଉଭୟ ଗୋଷ୍ଠୀର ବହୁ ଲୋକ ଆହତ ହୋଇଥିଲେ । ଏଥିରେ ଗୁରୁତର ହୋଇଥିବା ୨ଜଣଙ୍କୁ ଭୁବନେଶ୍ଵର କ୍ୟାପିଟାଲ ହସ୍ପିଟାଲକୁୁ ସ୍ଥାନାନ୍ତର କରାଯାଇଛି । ଗ୍ରାମରେ ଉତ୍ତେଜନା ନେଇ ପୋଲିସ ମୁତୟନ ହୋଇଥିଲେ । ଘଟଣାସ୍ଥଳରେ ଅତିରିକ୍ତ ଏସ୍‌ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଏବଂ ନିମାପଡ଼ା SDPO ଦେବାଶିଷ ମିଶ୍ର ପହଞ୍ଚି ଘଟଣାର ସମୀକ୍ଷା କରିଥିଲେ । ଘଟଣାକୁ ନେଇ ଅସ୍ତରଙ୍ଗ ସାମୁଦ୍ରିକ ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି । ଉଭୟ ଗୋଷ୍ଠୀର ୬ ଜଣଙ୍କୁ ଗିରଫ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.