ନିଜ କାର୍ଯ୍ୟାଳୟରୁ ବଜର ହଟାଇଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ; ବ୍ୟବସ୍ଥାକୁ କହିଲେ ପୁରୁଣା!
କେନ୍ଦ୍ର ରେଳ, ଦୂରସଞ୍ଚାର ଏବଂ ସୂଚନା ପ୍ରଦ୍ଦ୍ୟୋଗିକୀ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଜ କାର୍ଯ୍ୟାଳୟରୁ ବଜର ହଟାଇ ଦେଇଛନ୍ତି। ବୈଷ୍ଣବ ନିଜ ସହାୟକମାନଙ୍କୁ ଡାକିବାର ଏହି ବ୍ୟବସ୍ଥାକୁ ପୁରାତନ ବୋଲି କହିଛନ୍ତି।
କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ହଠାତ୍ ନେଇଥିବା ଏକ ନିଷ୍ପତ୍ତି ବରିଷ୍ଠ ଅଧିକାରୀମାନଙ୍କୁ ଚିନ୍ତିତ କରି ଦେଇଛି। ବୈଷ୍ଣବ ନିକଟରେ ନିଜ କାର୍ଯ୍ୟାଳୟରୁ ବଜର ହଟାଇ ଦେଇଛନ୍ତି, ଯାହାକୁ ବଜାଇ ଜୁନିୟର ସହାୟକମାନଙ୍କୁ କାର୍ଯ୍ୟାଳୟ ଭିତରକୁ ଆସିବାର ବାର୍ତ୍ତା ଦିଆଯାଉଥିଲା ଏବଂ ତାଙ୍କ ପାଇଁ କାର୍ଯ୍ୟ କୁହାଯାଉଥିଲା।
ତେବେ କିଛି ଦିନ ପରେ ସେ ନିଜ ମନ୍ତ୍ରାଳୟର କର୍ମଚାରୀମାନଙ୍କୁ ମଧ୍ୟ ଏହାକୁ ପାଳନ କରିବାକୁ କହିଛନ୍ତି। ତାଙ୍କ କହିବା ହେଲା, ଏହା ଏକ ପୁରୁଣା ବ୍ୟବସ୍ଥା। ଲୋକମାନଙ୍କୁ ବଜର ଦବାଇ ଡାକିବା ଅପେକ୍ଷା କିଛି କାମ ନିଜେ କରିବା ଉଚିତ୍ କିମ୍ବା ଆବଶ୍ୟକ ପଡ଼ିଲେ ଫୋନ୍ ବ୍ୟବହାର କରିବା ଉଚିତ୍। ଅଶ୍ୱିନୀ ବୈଷ୍ଣବଙ୍କର ଏହି ନିଷ୍ପତ୍ତିରେ ଏବେ ପୂରା କାର୍ଯ୍ୟାଳୟ ବଜର କିମ୍ବା କଲିଂ ବେଲ୍ ମୁକ୍ତ ହୋଇଛି।