୧୦ମ୍ ପାସ୍ କି ଆଇଟିଆଇ ପାସ୍ କରିଥିଲେ ତୁରନ୍ତ କରନ୍ତୁ ଆବେଦନ
ଯନ୍ତ୍ର ଇଣ୍ଡିଆରେ ଖାଲିପଡିଛି ୫୪୫୮ ପଦବୀ । ୧୦ମ କିମ୍ବା ଆଇଟିଆଇ କରିଥିଲେ ତୁରନ୍ତ କରନ୍ତୁ ଆବେଦନ । ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ ୩୦ ରହିଛି ।

୧୦ମ ପାସ୍ କରିଥିଲେ କି ଆଇଟିଆଇ ପାସ୍ କରିଥିଲେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଯନ୍ତ୍ର ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ନୋଟିଫିକେସନ ମୁତାବକ, ସଂସ୍ଥାରେ ଟ୍ରେଡ୍ ଅପାରଣ୍ଟିସ ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଜାରି ହୋଇଥିବା ନୋଟିଫିକେସନ ମୁତାବକ ୫୪୫୮ ପଦବୀ ପାଇଁ ଭର୍ତ୍ତି କରାଯିବ ।
ଜରୁରୀ ତାରିଖ : ପ୍ରାର୍ଥୀ ଏଥିପାଇଁ ମାର୍ଚ୍ଚ ୧ ତାରିଖରୁ ଆବେଦନ କରିପାରିବେ। ମାର୍ଚ୍ଚ ୩୦ ତାରିଖ ପର୍ଯ୍ୟନ୍ତ ଶେଷ ତାରିଖ ରହିଛି।
ପଦବୀ ବିବରଣୀ : ୫୪୫୮
ବିନା ଆଇଟିଆଇ ପ୍ରାର୍ଥୀ : ୧୯୪୪
ଏକ୍ସ ଆଇଟିଆଇ ପ୍ରାର୍ଥୀ : ୩୫୧୪
ଶିକ୍ଷାଗତ ଯୋଗ୍ୟତା : ଯନ୍ତ୍ର ଇଣ୍ଡିଆ ଲିମିଟେଡ୍ ୨୦୨୩ ଭର୍ତ୍ତି ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ କୌଣସି ମନ୍ୟତାପ୍ରାପ୍ତ ବୋର୍ଡରୁ ୧୦ମ ପାସ୍ କରିଥିବା ଜରୁରୀ । ଏହାସହିତ ଆଇଟିଆଇ ସାର୍ଟିଫିକେଟ ଥିବା ଜରୁରୀ ।
ବୟସ ସୀମା : ପ୍ରାର୍ଥୀଙ୍କ ବୟସ ସୀମା ୧୫ରୁ ୨୪ ବର୍ଷ ହୋଇଥିବା ଜରୁରୀ।
କେମିତି କରିବେ ଆବେଦନ :
ପ୍ରଥମେ ଅଫିସିଆଲ େଓ୍ଵବସାଇଟ୍ yantraindia.co.in କୁ ଯାଆନ୍ତୁ ।
େଓ୍ଵବସାଇଟ ପେଜରେ କ୍ୟାରିଅର ଉପରେ କ୍ଲିକ କରନ୍ତୁ ।
ଏହା ପରେ ଟ୍ରେଡ ଅପାରଣ୍ଟିସ ୫୭ ବ୍ୟାଚ୍ ସର୍ଟ ଅନଲାଇନ ଆପ୍ଲିକେସନ ଉପରେ କ୍ଲିକ କରନ୍ତୁ ।
ତା’ ପରେ ରେଜିଷ୍ଟ୍ରେସନ ଲିଙ୍କ ଆକ୍ଟିଭ ହେବ ।
ମୋବାଇଲ ନମ୍ବର ଏବଂ ଇମେଲ ରେଜିଷ୍ଟ୍ରେସନ କରିବା ପରେ ଆପ୍ଲିକେସନ ଫର୍ମ ପୂରଣ କରନ୍ତୁ।
ଏହା ପରେ ପ୍ରିଣ୍ଟ ଆଉଟ କାଢି ରଖନ୍ତୁ
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :
https://yantraindia.co.in/career/8_YIL_Career_Document_2023-01-27.pdf