Below header

ମୟୂରଭଞ୍ଜ: ଜୁଇ ନିଆଁରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହେବା ଘଟଣାର ପର୍ଦ୍ଦାଫାସ୍, ୪ ଜଣଙ୍କୁ ଗିରଫ କଲା ପୋଲିସ

କରଞ୍ଜିଆ(କେନ୍ୟୁଜ୍):  ଜୁଇ ନିଆଁରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରିବା ଘଟଣାର ପର୍ଦ୍ଦାଫାସ୍ । ୪ ଜଣଙ୍କୁ ଗିରଫ କରିଛି ରରୁଆଁ ପୋଲିସ।  ଗତ ୨୮ତାରିଖ ଦିନ ଏକ ଅଜଣା ଫୋନ କଲ ପାଇ ରରୁଆଁ ଥାନା ଖୋପରାସାହି ଗାଁର ଏକ ଜୁଇ ନିଆଁରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରିଥିଲା ପୋଲିସ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁ ଛକରେ ସଙ୍ଘବଦ୍ଧ ହୋଇ ହତ୍ୟା କରିବା ସହ ପ୍ରମାଣନଷ୍ଟ ପାଇଁ ଅତି ତରବରିଆ ଭାବେ ମୃତଦେହକୁ ପୋଡ଼ି ଦେଉଥବାର  ଅଭିଯୋଗ ଆସିଥିଲା। ଏହାର ତଦନ୍ତ କରି  ପୋଲିସ ୪ଜଣଙ୍କୁ  ଗିରଫ କରିଛି।

karanjia

ତେବେ ଏହି ହତ୍ୟା ଘଟଣାରେ ସମ୍ପୃକ୍ତ ଲେଙ୍ଗା ଗଗରାଇ ନାମକ ଅନ୍ୟ ଏକ ଅପରାଧୀ ଏବେବି ଫେରାର ଥିବା ସୂଚନା ଦେଇଛନ୍ତି ଥାନାଧିକାରୀ। ସେହିପରି ସମୁଦାୟ ଘଟଣାକୁ ଜାଣି ଥାନାକୁ ସୂଚନା ନଦେବା ଓ ମୃତଦେହ ପୋଡ଼ିବାରେ ମୁଖ୍ୟ ଭୂମିକା ନେଇଥିବା ସ୍ଥାନୀୟ “ଥାନା ଚୌକିଆ’ ରବୀନ୍ଦ୍ର ଗଗରାଇକୁ ବି ଗିରଫ କରିଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.