ଯଦି ଜୀବନରେ ରହିବାକୁ ଚାହୁଁଛନ୍ତି ସୁଖୀ, ତା’ହେଲେ ଜାଣନ୍ତୁ କାହା କାହା ଘରେ ଖାଇବା ଉଚିତ ନୁହେଁ ଲୁଣ

ଲୁଣ, କେବଳ ଖାଦ୍ୟକୁ ସ୍ୱାଦିଷ୍ଟ କରେ ନାହିଁ, ବରଂ ଆମ ଜୀବନରେ ଏହାର ଭୂମିକା ବହୁତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ। କମ୍‌ କିମ୍ବା ଅଧିକ ଲୁଣ ଖାଇବା ଦ୍ୱାରା ଶରୀରକୁ ଅନେକ କ୍ଷତି ପହଞ୍ଚିଥାଏ। ତେବେ ଧାର୍ମିକ ମାନ୍ୟତା ଅନୁସାରେ ଲୁଣ ଖାଇବାରେ କେତେକ ନିୟମ ରହିଛି। ଲୁଣ ଖାଇବାରେ ଆମକୁ କିଛି ସାବଧାନତା ଅବଲମ୍ବନ କରିବା ଉଚିତ। ଜ୍ୟୋତିଷ ଶାସ୍ତ୍ର ମୁତାବକ, ଯିଏ ଧର୍ମ ଅନୁସାରେ ଆଚରଣ କରିଥାଏ ଏବଂ ଯାହାର ସଂସ୍କା ଭଲ, କେବଳ ସେହି ଲୋକଙ୍କର ଲୁଣ ଖାଇବା ଉଚିତ। ଆଜି ଆମେ ଆପଣଙ୍କୁ ଏମିତି କିଛି ଲୋକଙ୍କ ବିଷୟରେ କହିବୁ, ଯାହାଙ୍କ ଲୁଣ ଖାଇବା ଆଦୌ ଉଚିତ ନୁହେଁ।

୧. ଯେଉଁ ବ୍ୟକ୍ତି ଆମକୁ ପସନ୍ଦ ନୁହେଁ, ତାଙ୍କ ଘରେ ଲୁଣ ଖାଇବା ଉଚିତ ନୁହେଁ।

୨. କୌଣସି ପାପୀ ଲୋକଙ୍କ ଘରେ କଦାପି ଲୁଣ ଖାଆନ୍ତୁ ନାହିଁ। କାରଣ, ଏଭଳି ଲୋକଙ୍କ ଘରେ ଲୁଣ ଖାଇବା ଦ୍ୱାରା ବ୍ୟକ୍ତି ସେହିଭଳି ହୋଇଯାଇଥାଏ।

୩. କାହା ଘରେ ଚାପରେ କିମ୍ବା ବାଧ୍ୟତାମୂଳକ ଭାବେ ଲୁଣ ଖାଇବା ଉଚିତ ନୁହେଁ। କାରଣ, ଏହି ଲୁଣରେ ଆପଣଙ୍କର ହିଁ କ୍ଷତି ହୋଇପାରେ।

୪. ଆମକୁ ସବୁ ଜାଗାରେ ଲୁଣିଆ ଜିନିଷ କିମ୍ବା ଲୁଣ ଖାଇବାଠୁ ଦୂରେଇ ରହିବା ଉଚିତ।

୫. ଆମକୁ କୌଣସି ବେଶ୍ୟା, କ୍ରୁର ମହିଳା କିମ୍ବା କିନ୍ନରଙ୍କର ଲୁଣ ଖାଇବା ଉଚିତ ନୁହେଁ।

୬. ଆମେ ଅଜଣା ବ୍ୟକ୍ତିଙ୍କର ଲୁଣ ମଧ୍ୟ ଖାଇବା ଉଚିତ ନୁହେଁ। କାରଣ, ଏମିତି କଲେ ବହୁତ ବଡ଼ ବିପଦ ଆସିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.