Below header

ମୋଦିଙ୍କ ମୁହଁରେ ଓଡିଆ ଝିଅ ଭାଗ୍ୟଶ୍ରୀଙ୍କୁ ପ୍ରଶଂସା, ଉଜ୍ୱଳ ଭବିଷ୍ୟତ କାମନା କରି କହିଲେ ଏମିତି

ରାଉରକେଲା(କେନ୍ୟୁଜ୍):  ଦୃଢ ଇଚ୍ଛା ଶକ୍ତି  ଥିଲେ ସବୁ ସମ୍ଭବ। ସଫଳତା ପାଇବା ପାଇଁ ଯେଉଁ  ପରିଶ୍ରମ ଓ ଏକାଗ୍ରତା ଦରକାର ତାହା ଠିକ୍ ଭାବେ ବିନିଯୋଗ କଲେ  ଯେ କେହିବି ସଫଳତାର ଶିଖରେ  ପହଞ୍ଚି ପାରିବ । କେବଳ ସେତିକି ନୁହେଁ ପ୍ରଶଂସାର ପାତ୍ର ମଧ୍ୟ ହୋଇପାରିବ । ଏଭଳି ସଫଳତାର ପ୍ରଶଂସାର ପାତ୍ରୀ ହୋଇଛନ୍ତି  ରାଉରକେଲାର ଇଂଜିନିୟରିଂ ଛାତ୍ରୀ ଭାଗ୍ୟଶ୍ରୀ ସାହୁ । ଆଜି ମନ୍‌ କି ବାତ୍‌ରେ ରାଉରକେଲାର ଇଂଜିନିୟରିଂ ଛାତ୍ରୀ ଭାଗ୍ୟଶ୍ରୀ ସାହୁଙ୍କ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ।

ସଫ୍ଟ ଷ୍ଟୋନରେ ପଟ୍ଟଚିତ୍ର ପାଇଁ ତାଙ୍କର  ପ୍ରଶଂସା କରିଛନ୍ତି। କଲେଜ ଯିବା ରାସ୍ତାରେ ଭାଗ୍ୟଶ୍ରୀ ସଫ୍‌ଟ ଷ୍ଟୋନ ପାଇଥିଲେ। ସେ ଏହାକୁ ଏକତ୍ର କରି ସଫା କରିଥିଲେ। ପ୍ରତିଦିନ ଦୁଇଘଣ୍ଟା ଲେଖାଏଁ ସେ ଏହି ସଫ୍‌ଟ ଷ୍ଟୋନରେ ପଟ୍ଟଚିତ୍ର ଢାଞ୍ଚାରେ ପେଣ୍ଟିଂ କରିଥିବା କହିଛନ୍ତି ମୋଦି। ବର୍ତ୍ତମାନ ଭାଗ୍ୟଶ୍ରୀ ଏହାକୁ ନେଇ ୱାର୍କସପ୍‌ ମଧ୍ୟ କରୁଛନ୍ତି। ଲକଡାଉନ କାଳରେ ସେ ବୋତଲରେ ମଧ୍ୟ ପେଣ୍ଟିଂ କରିବା ଆରମ୍ଭ କରିଛନ୍ତି। ଭାଗ୍ୟଶ୍ରୀଙ୍କ ଭୂୟସୀ ପ୍ରଶଂସା ସହ ତାଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.