Below header

୨୪ ଘଣ୍ଟାରେ ରାଜ୍ୟରେ ୧୧୪ କରୋନା ଆକ୍ରାନ୍ତ ଚିହ୍ନଟ

କେନ୍ୟୁଜ୍(ବ୍ୟୁରୋ):  ୨୪ ଘଣ୍ଟାରେ ରାଜ୍ୟରେ ୧୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କ୍ବାରେଣ୍ଟାଇନରୂ ୬୮ ଓ ଲୋକାଲ କଣ୍ଟାକ୍ଟ କେସରୁ ୪୬ ଜଣ  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର  ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳର ୮, ବାଲେଶ୍ବରର ୭, ବରଗଡର ୧୧, ବଲାଙ୍ଗିର ୩, କଟକର ୭, ଦେବଗଡର ୧, ଗଞ୍ଜାମର ୫, ଜଗତସିଂହପୁରର ୨, ଯାଜପୁରର ୬, ଝାରସୁଗୁଡାର ୨, ଖୋର୍ଦ୍ଧାର ୯, ମୟୂରଭଞ୍ଜର ୫, ନବରଙ୍ଗପୁର ୧, ନୂଆପଡାର ୮, ପୁରୀର ୮, ରାୟଗଡାର ୩, ସମ୍ବଲପୁରର ୪ ଜଣ  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।


ସେହିପରି  ସୋନପୁରର ୧, ସୁନ୍ଦରଗଡର ୨୧ ଓ ଷ୍ଟେଟ ପୁଲରୁ ୨ ଜଣ  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ନୂଆ ଆକ୍ରାନ୍ତଙ୍କୁ  ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩୫୦୭୨ରେ ପହଞ୍ଚିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.