ମା’କୁ ମାରି ଘର ବାରଣ୍ଡାରେ ଜାଳିଦେଲା ପୁଅ, ଜୁଇରେ ଚିକେନ ପୋଡି ଖାଇଲା କୁଳାଙ୍ଗାର

ରାଞ୍ଚି : ସଇତାନ ପାଲଟିଲା ଜନ୍ମକଲା ପୁଅ। ଭୁଲିଗଲା ମାଆର ମମତାକୁ ଆଉ କରିବସିଲା ଜଘନ୍ୟକାଣ୍ଡ। ନିଜ ଜନ୍ମ କଲା ମା’କୁ ଅତି ନିର୍ମମ ଭାବେ ହତ୍ୟା କରି ଜାଳି ଦେଲା ପୁଅ । ଏତିକିରେ ମନ ଶାନ୍ତି ହେଲାନି ନୃଶଂସତାର କୃରତାର। ଯେଉଁଠି ମାଆକୁ ଜାଳିଦେଲା ସେହି ଜୁଇ ନିଆଁରେ ମାଂସ ରୋଷେଇ କରି ଖାଇଲା। ଏମିତି ଏକ ଛାତିଥରା ଏବଂ ଚମକାଇଦେବା ଭଳି ଘିଟିଛି ଘଟଣା ଝାଡ଼ଖଣ୍ଡର ପଶ୍ଚିମ ସିହଂଭୁମ ଜିଲ୍ଲା ମନୋହରପୁର ଥାନା ଅଞ୍ଚଳରେ।

ସୂଚନା ଅନୁଯାୟୀ ନିଶାସକ୍ତ ପୁଅ ଘରେ ପହଁଚି ମାଆକୁ ଖାଇବା ପାଇଁ ମାଗିଲା। ଯେତେବେଳେ ଖାଦ୍ୟ ଦେବାରୁ ମାଆ ସାମାନ୍ୟ ବିଳମ୍ବ କଲେ, ସେତେବେଳେ କୁଳାଙ୍ଗାର ପୁଅ ରାଗିଯାଇ ବୃଦ୍ଧ ମାଆକୁ ବାଡିରେ ଆକ୍ରମଣ କରିଦେଲା। ଆଉ ସେତେପର୍ଯ୍ୟନ୍ତ ପିଟିଚାଲିଲା ଯେତେ ଯାଏଁ ସେ ନିଶ୍ୱାସ ନ ତ୍ୟାଗ କରିଛି। ମାଆକୁ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ସେ ମାଆର ଶବକୁ ନିଆଁ ଲଗାଇଦେଲା। ଆଉ ଏହି ଅଭାବନୀୟ ଘଟଣା ଯେତେବେଳେ ଗାଁ ଲୋକେ ଜାଣିପାରିଲେ କୁଳାଙ୍ଗାର ପୁଅକୁ ରସିରେ ବାନ୍ଧି ଦେଲେ। ଯାହାପରେ ପୋଲିସ ପହଁଚି ମାମଲାର ଛାନଭିନ୍‌ ଆରମ୍ଭ କରିଛି ଏବଂ ଅଧା ପୋଡ଼ା ମୃତଦେହକୁ ପୋଷ୍ଟମର୍ଟମ ପାଇଁ ସଦର ହସ୍ପିଟାଲ ନିଆଯାଇଛି।

sonଏହି କୁଳାଙ୍ଗାର ପୁଅର ନାମ ପ୍ରଧାନ ସୋୟ। ପୋଲିସ ସୂଚନା ଅନୁଯାୟୀ ମା’କୁ ହତ୍ୟା କରି ଜାଳିବା ପରେ ବି ନୃଶଂସ ପୁଅ ଘରେ ଥିଲା। ଆଜି ପୁଣିଥରେ ତା’ ମାର ଅଧା ପୋଡ଼ା ଶରୀରକୁ ଚୁଲିରେ ପକାଇଥିଲା। ଏହି ଘଟଣା ସମ୍ପର୍କରେ ଅଭିଯୁକ୍ତର ଭାଉଜ ସୋମବାରୀ ଗାଁ ଲୋକଙ୍କୁ କହିଥିଲେ। ଅଭିଯୁକ୍ତର ଭଉଣୀ ପାଖରୁ ସମସ୍ତ ଘଟଣା ଶୁଣିବା ପରେ ଗାଁ ଲୋକେ ସ୍ତବ୍ଧ ହୋଇଯାଇଥିଲେ। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ୪ ବର୍ଷ ପୂର୍ବରୁ ନିଜ ବାପାଙ୍କୁ ବି ହତ୍ୟା କରିଥିଲା ଅଭିଯୁକ୍ତ। ସେହିପରି ଘଟଣାକୁ ନେଇ ଚର୍ଚ୍ଚା ହେଉଥିଲା ଯେ ଏହି ସଇତାନ ପୁଅ ନିଜ ମାଆର ଜୁଇରେ ଚିକେନ ପୋଡି ଖାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.