Below header

ମହିଳାଙ୍କ ମାସିକ ଋତୁଚକ୍ର ଉପରେ ଗଭୀର ପ୍ରଭାବ ପକାଏ ଚନ୍ଦ୍ର, ରିସର୍ଚ୍ଚରେ ହେଲା ଖୁଲାସା

ମଣିଷ ଜୀବନ ଉପରେ ଚନ୍ଦ୍ରଙ୍କର ଏକ ବଡ ତଥା ଗଭୀର ପ୍ରଭାବ ରହିଛି । ଆଉ ଏହା ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଦେଶ ବିଦେଶର ବୈଜ୍ଞାନିକ ମାନେ ଏହା ଉପରେ ଦୀର୍ଘ ଦିନ ହେବ ଗବେଷଣା କରି ଆସୁଛନ୍ତି । ଚନ୍ଦ୍ରଙ୍କୁ ନେଇ ଥିବା କେତେକ ଅନ୍ଧବିଶ୍ୱାସ ବ୍ୟତୀତ ମଣିଷ ଜୀବନ ଉପରେ ବି ଏହାର ଏକ ସୁପ୍ରଭାବ ରହିଛି । ଏମିତିକି ମଣିଷଙ୍କ ଶୋଇବା ଓ ମହିଳା ମାନଙ୍କ ମାସିକ ଋତୁଚକ୍ର ଉପରେ ବି ଏହା ପ୍ରଭାବ ପକାଇଥାଏ । ନିକଟରେ ଏଡ଼ଭାନ୍ସ ସାଇନ୍ସ ତରଫରୁ ହୋଇଥିବା ଏକ ଗବେଷଣା ଅନୁଯାୟୀ ୨୯.୫ ଦିନର ଚନ୍ଦ୍ରମା ଚକ୍ର ସମୟରେ ଲୋକଙ୍କ ଶୋଇବା ଉପରେ ପ୍ରଭାବ ପକାଏ । ପୂର୍ଣ୍ଣମୀ ଦିନ ଲୋକେ ବିଳମ୍ବିତ ରାତିରେ ଶୋଉଥିବା ବେଳେ କମ ସମୟ ପାଇଁ ଶୋଇଥାନ୍ତି । ସାତ ଜଣ ବୈଜ୍ଞାନିକ ବିଶିଷ୍ଟ ଏହି ଗବେଷକ ଦଳ ଦୁଇଟି ଭିନ୍ନ ଭିନ୍ନ ସ୍ଥାନକୁ ନେଇ ଅଧ୍ୟୟନ କରିଥିଲେ ।

moon and man

image courtesy: christiane northup

ଗୋଟେ ଟିମରେ ଆର୍ଜେଣ୍ଟିନାର ଫୋରମୋସା ଅଂଚଳର ତୋବା କୋମ ସମ୍ପ୍ରଦାୟ ଲୋକ ସାମିଲ ଥିବା ବେଳେ ଦ୍ଵିତୀୟ ଟିମରେ ଆମେରିକାର ସିଏଟଲ ସହରର କଲେଜ ଛାତ୍ର ଅଛନ୍ତି । ଦୁଇ ଟିମର ୭.୫ ଲକ୍ଷରୁ ଅଧିକ ଲୋକଙ୍କୁ ଏହି ରିସର୍ଚ୍ଚ କରାଯାଇଥିଲା । ଆର୍ଜେଣ୍ଟିନାର ଗ୍ରାମୀଣ ସମୁଦାୟ ଲୋକଙ୍କ ନିକଟରେ ବିଜୁଳି ଶକ୍ତି ପହଞ୍ଚି ନଥିଲା । ଯେବେକି ଅନ୍ୟ ସମୁଦାୟ ସୀମିତ ବିଜୁଳି ବ୍ୟବହାର କରି ପାରୁଥିଲେ । ଯେବେକି ତୃତୀୟ ସମୁଦାୟ ସହରୀ ଅଂଚଳରେ ଥିଲା । ଏହି ଗବେଷକ ଟିମର ମୁଖ୍ୟ ତଥା ୱାସିଂଟନ ୟୂନିର୍ଭରସିଟିର ପ୍ରାଣୀ ବିଜ୍ଞାନୀ ପ୍ରଫେସର ହୋରାସିଓ ଡ଼ି ଲା ଇଗଲେସିଆ ଏକ ବୟାନରେ କହିଛନ୍ତିକି ତାଙ୍କ ଟିମ ନିଦ ଉପରେ ଚନ୍ଦ୍ରଙ୍କର ସିଧାସଳଖ ପ୍ରଭାବ ପଡୁଥିବା ନେଇ ଜାଣିପାରିଛନ୍ତି । ଚନ୍ଦ୍ରଙ୍କ ଆକାର ବଢିବା ସହିତ ନିଦର ଗଭୀରତା ହ୍ରାସ ହୋଇଯାଏ । ବିଜୁଳି ଶକ୍ତି ନଥିବା ଅଞ୍ଚଳରେ ଏହି ଫଳାଫଳ ଅଧିକ ସ୍ପଷ୍ଟ ହୋଇଥିଲା ।

ଚନ୍ଦ୍ରଙ୍କ କଳାଚକ୍ର ସମୟରେ ୫୬ ରୁ ୫୮ ମିନିଟ ପର୍ଯ୍ୟନ୍ତର କମ ବେଶୀ ନିଦରେ ପରିବର୍ତ୍ତନ ଆସିଥାଏ । ଜାଣି ଆଶ୍ଚର୍ଯ୍ୟ ହେବେ ଆର୍ଜେଣ୍ଟିନାର ଏକ ସମୁଦାୟ ଚନ୍ଦ୍ରଙ୍କୁ ପୁରୁଷ ଭାବରେ ଦେଖନ୍ତି । ଯାହାଙ୍କର ମହିଳା ମାନଙ୍କର ଶାରୀରିକ ସମ୍ବନ୍ଧ ରହି ଆସିଛି । ମହିଳା ମାନଙ୍କର ଏହା ପ୍ରଥମ ମାସିକ ଚକ୍ର ଭାବରେ ଦେଖାଯାଏ । ଯାହା ମାସିକ ଧର୍ମର ସମୟକୁ ନିୟନ୍ତ୍ରଣ କରିଥାଏ । ଏକ ଲୋକ କଥା ଅନୁଯାୟୀ ଚନ୍ଦ୍ରମାଙ୍କ ଆଲୋକ ସେକ୍ସ ଗତିବିଧି ଉପରେ ବି ପ୍ରଭାବ ପକାଇଥାଏ । ପୂର୍ବରୁ ମହିଳାଙ୍କ ପ୍ରଜନନ କ୍ଷମତା ଉପରେ ବି ଚନ୍ଦ୍ରଙ୍କ ପ୍ରଭାବ ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.