ଜନ୍ମ ହେଉ ହେଉ ଶିକାର କରିବାକୁ ପ୍ରସ୍ତୁତ ରହୁଥିଲେ ଡାଇନୋସର, ବୈଜ୍ଞାନିକମାନେ କଲେ ଆଶ୍ଚର୍ଯ୍ୟ କରିଦେବା ଭଳି ଖୁଲାସା

ଜୀବାଶ୍ମ ମାଧ୍ୟମରେ ପୁରାତନ କାଳର ବିଲୁପ୍ତ ଜୀବଙ୍କ ବିଷୟରେ ପତ୍ତା ଲଗାଇବା ଆଦୌ ସହଜ କାମ ନୁହେଁ। ବର୍ତ୍ତମାନ ଜୀବାଶ୍ମରୁ ବିଲୁପ୍ତ ଜୀବ ଡାଇନୋସର ବିଷୟରେ ପତ୍ତା ଲଗାଇବାକୁ ବୈଜ୍ଞାନିକମାନେ ଅହରହ ଉଦ୍ୟମ ଜାରି ରଖିଛନ୍ତି। କିଛି ବୈଜ୍ଞାନିକ ଏଥିରେ ସଫଳ ମଧ୍ୟ ହୋଇଛନ୍ତି। ମାତ୍ର ଡାଇନୋସରଙ୍କ ସମସ୍ତ ରହସ୍ୟ ଉପରୁ ଏବେ ଯାଏଁ ପରଦା ଉଠିପାରିନାହିଁ। ତେବେ ନିକଟରେ ହୋଇଥିବା ଏକ ଅଧ୍ୟୟନରେ ଡାଇନୋସରଙ୍କ ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି।

ଅଧ୍ୟୟନରେ ଜଣାପଡ଼ିଛି ଯେ ଡାଇନୋସରମାନେ କୋଟି କୋଟି ବର୍ଷ ପୂର୍ବେ ପୃଥିବୀପୃଷ୍ଠରେ ବାସ କରୁଥିଲେ। ମିଳିଥିବା ଜୀବାଶ୍ମରୁ ନବଜାତ ଟାୟରାନୋସରଙ୍କ ଆକାର କିଭଳି ଥିଲା ଓ ସେମାନଙ୍କ କି କି ଅଭ୍ୟାସ ଥିଲା, ତାହା ଜଣାପଡ଼ିଛି। ଏଥିରେ ଜଣାଯାଇଛି ଯେ ଯେତେବେଳେ ନବଜାତ ଡାଇନୋସର ଅଣ୍ଡାରୁ ବାହାରକୁ ଆସିଥାନ୍ତି, ସେତେବେଳେ ସେମାନଙ୍କ ଉଚ୍ଚତା ୦.୯ ମିଟର ଥାଏ। ସେମାନଙ୍କ ଦାନ୍ତ ବୟସ୍କ ଡାଇନୋସୋରଙ୍କ ଠାରୁ ଭିନ୍ନ ଥାଏ। ସେମାନଙ୍କ ଦାନ୍ତ ଧାରୁଆ ନ ଥାଏ। ସେମାନଙ୍କ ପଞ୍ଝାର ଆକାର ୧.୧ ମିଟର ବଡ଼ ଥିବା ବେଳେ ମାଢ଼ିର ହାଡ଼ ୭୧ ସେମି ବଡ଼ ଥିଲା।

ଏହି ରିସର୍ଚ୍ଚରୁ ଜଣାପଡ଼ିଛି ଯେ ଡାଇନୋସରର ଅଣ୍ଡା ୪୩ ସେମି ଲମ୍ବା ଥିଲା। ସେମାନଙ୍କର ଭ୍ରୁଣ ବେଶ୍‌ ଶକ୍ତିଶାଳୀ ଥିଲା। ଏହି ଛୁଆମାନେ ଜନ୍ମ ବେଳେ ଯେଉଁ ଆକାରର ଥାନ୍ତି, ବୟସ ବଢ଼ିବା ସଙ୍ଗେ ସଙ୍ଗେ ସେମାନେ ବିଶାଳ ହୋଇଯାଆନ୍ତି। ଏମାନଙ୍କ ଆକାର ଜନ୍ମ ବେଳଠାରୁ ପ୍ରାୟ ୩୦୦ ଗୁଣ ଅଧିକ ବଡ଼ ହୋଇଯାଏ। ଡାଇନୋସରଙ୍କର ଛୁଆବେଳ ଠାରୁ ହିଁ ଶିକାର କରିବା ପ୍ରକୃତି ଥାଏ। ବଡ଼ ହେବା ପରେ ଏହି ଅଭ୍ୟାସ କ୍ରମଶଃ ବଢ଼ିବାରେ ଲାଗିଥାଏ। ତେବେ ଆଗକୁ ବୈଜ୍ଞାନିକମାନେ ଡାଇନୋସରଙ୍କ ବିଷୟରେ ଆହୁରି ଅନେକ ଅଜଣା କଥା ଜାଣିପାରିବେ ବୋଲି ଅଧ୍ୟୟନକର୍ତ୍ତା କହିଛନ୍ତି। ଏହି ରିସର୍ଚ୍ଚର ଫଳାଫଳ କାନାଡିଆନ୍‌ ଜର୍ଣ୍ଣାଲ ଅଫ୍‌ ଅର୍ଥ ସାଇନ୍ସରେ ପ୍ରକାଶ ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.