ମୋଦିଙ୍କ ମନକି ବାତ୍: ପ୍ରଧାନମନ୍ତ୍ରୀ କହିଲେ ଦିଲ୍ଲୀରେ ତ୍ରିରଙ୍ଗାକୁ ଅପମାନ ଦେଖି ଦୁଃଖି ହୋଇଛି ସାରା ଦେଶ

କେନ୍ୟୁଜ୍(ବ୍ୟୁରୋ) ଦିଲ୍ଲୀରେ ତ୍ରିରଙ୍ଗାକୁ ଅପମାନ ଦେଖି ଦୁଃଖି ହୋଇଛି ସାରା ଦେଶ । ଆଜି ବର୍ଷର ପ୍ରଥମ ‘ମନ୍‌ କି ବାତ୍‌’ରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାନୁଆରୀ ୨୬ ତାରିଖ ଦିନ ଶତାଧିକ ଲାଲକିଲ୍ଲା ପ୍ରାଚୀର ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲେ । ଏପରି ଘଟଣାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି । ଏହା ସହ ମୋଦି ମନ୍‌ କି ବାତ୍‌ରେ ଟିକାକରଣ ଉପରେ ମଧ୍ୟ ମତ ରଖିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶରେ ମାତ୍ର ୧୫ ଦିନରେ ୩୦ ଲକ୍ଷ ଲୋକଙ୍କୁ ଟିକାକରଣ କରାଯାଇଛି । ଆମେରିକାରେ ୩୦ ଲକ୍ଷ ଲୋକଙ୍କୁ ଟିକା ଦେବାକୁ ୧୮ ଦିନ ସମୟ ଲାଗିଥିଲା । ବ୍ରିଟେନ୍‌ରେ ୩୬ ଦିନରେ ୩୦ ଲକ୍ଷ ଟିକାକରଣ କରାଯାଇଥିଲା । ଏହା ସହ ପ୍ରଧାନମନ୍ତ୍ରୀ ଭାରତୀୟ କ୍ରିକେଟ୍‌ ଟିମ୍‌କୁ ପ୍ରଶଂସା କରିଛନ୍ତି । ଅଷ୍ଟ୍ରେଲିଆରେ ସିରିଜ୍‌ ବିଜୟୀ ହୋଇଥିଲା ଟିମ୍‌ ଇଣ୍ଡିଆ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.