Below header

ଭଦ୍ରକ: ଓଳିଏ ଖାଇ ଓଳିଏ ଓପାସ ରହୁଥିବା ପରିବାରକୁ ସାହା ହେଲା ଉତ୍କଳମଣୀ ସେବା ସଂଗଠନ, ବଦାନ୍ୟତାର ସିଜିଲା ଉଦାହାରଣ

ଚାନ୍ଦବାଲି(କେନ୍ୟୁଜ୍):  ଆଜି ବି ବଞ୍ଚିଛି ମଣିଷ ପାଖରେ ମଣିଷ ପଣିଆ ଓ ମାନବିକତା । ଏମିତି ଏକ ମଣିଷ ପଣିଆ ଓ ମାନବିକତାର କାମ କରିଛି ଭଦ୍ରକ ଜିଲ୍ଲା ତିହିଡିର ଅଗ୍ରଣୀ ସଂଗଠନ ଉତ୍କଳମଣୀ ସେବା ସଂଗଠନ । ବ୍ଲକର ପାଳିଆ ବିନ୍ଧା ଶାସନ ଗାଁର ରିନାରାଣୀଙ୍କ ସ୍ୱାମୀ ମରିବା ପରେ ରିନାରାଣୀ ତାଙ୍କର ଛୋଟ ଛୋଟ ୩ଛୁଆକୁ ଧରି ବହୁ କଷ୍ଟରେ ଦିନ କାଟୁଥିଲେ । ଏମିତିକି ଓଳିଏ ଖାଇଲେ ଓଳିଏ ଓପାସ ରହୁଥିଲେ । ୬ଷ୍ଠ ଶ୍ରେଣୀରେ ପଢୁଥୁବା ପୁଅ ଓ ସପ୍ତମ ଓ ଅଷ୍ଟମ ଶ୍ରେଣୀରେ ପଢୁଥୁବା ୨ଝିଅର ପେଟ ପୁରାଇବାକୁ ଅସମର୍ଥ ଥିଲେ ରିନାରାଣୀ ।

bhadrak 1

ଏକଥା ଜାଁଣିବା ପରେ ଉତ୍କଳମଣୀ ସେବା ସଂଗଠନ ତରଫରୁ ସାହାଯ୍ୟର ହାତ ବଢାିଇଥିଲେ । ସଂଗଠନର ସଦସ୍ୟ ରିନାରାଣୀଙ୍କ ପରେ ପହଁଚି ସାହାର୍ଯ୍ୟ କରିଛନ୍ତି । ଏକ ପାନ ଦୋକାନ କରି ଚଳିବା ପାଇଁ ସମସ୍ତ ଦୋକାନ ସାମଗ୍ରୀ ଦେବା ସହ ତାଙ୍କ ଘରେ ଏକ ଲୁହାର କବାଟ ମଧ୍ୟ ଲଗାଇଛନ୍ତି । ତାହାସହ ଶୀତଦିନ ଥିବାରୁ ଶୀତବସ୍ତ୍ର ଓ ସଉଦା ଏବଂ କିଛଠି ଶୁଖିଲା ଖାଦ୍ୟ ସାମଗ୍ରୀ ମଦ୍ୟ ପ୍ରଦାନ କରିଛନ୍ତି । ତେବେ ଉତ୍କଳମଣୀ ସେବା ସଂଗଠନର ଏପରି କାର୍ଯ୍ୟକୁ ସ୍ଥାନୀୟ ଅଂଚଳରେ ପ୍ରଶଂସା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.