Below header

ବୁଗୁଡାରେ ବାରହା ଫାସରୁ ଉଦ୍ଧାର କଲରାପତରିଆ ବାଘର ମୃତ୍ୟୁ ଘଟଣା: ୭ ଜଣଙ୍କୁ କରାଗଲା ଗିରଫ

ଭଞ୍ଜନଗର(କେନ୍ୟୁଜ୍):ବାରହା ଫାସରେ ପଡି ଉଦ୍ଧାର କଲରାପତରିଆ ବାଘର ମୃତ୍ୟୁ ଘଟଣାରେ ୭ ଜଣଙ୍କୁ ଗିରଫ କଲା ବନବିଭାଗ । ଗଂଜାମ ଜିଲ୍ଲା ବୁଗୁଡ଼ା ବନାଞ୍ଚଳରେ ଗତ ୨୮ ତାରିଖରେ ଏହି ଘଟଣା ଘଟିଥିଲା । ବୁଗୁଡ଼ା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରା

ଦେଇଥିବା ସୂଚନା ପ୍ରକାରେ , ଗିରଫ ହୋଇଥିବା ଫାସ ବିଛାଇବା ଘଟଣାରେ ସଂପୃକ୍ତ ଥିବାରୁ ସେମାନଙ୍କୁ ଗିରଫ କରାଯାଇଛି । ଏବେବି ଘଟଣାର ତଦନ୍ତ ଜାରି ରହିଛି । ଆଜି ଅପରାହ୍ନରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏ ସଂକ୍ରାନ୍ତରେ ବିସ୍ତୃତ ସୁଚନା ଦିଆଯିବ ବୋଲି ବୁଗୁଡ଼ା ରେଞ୍ଜର ଶ୍ରୀ ବେହେରା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.