ବାରିପଦା ଫାଷ୍ଟଟ୍ରାକ୍ କୋର୍ଟର ଐତିହାସିକ ରାୟ, ନାବାଳିକା ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡାଦେଶ

ନାବାଳିକା ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡାଦେଶ । ଏଭଳି ଗୁରୁତ୍ୱ ପୂର୍ଣ୍ଣ ରାୟ ଶୁଣାଇଛନ୍ତି ବାରିପଦା ଫାଷ୍ଟଟ୍ରାକ୍ କୋର୍ଟ । ବହୁ ଚର୍ଚ୍ଚିତ ମୟୂରଭଞ୍ଜ ଜିଲ୍ଲା ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ଯାମିନୀ ମହାନ୍ତକୁ ପାଶୀ ଦଣ୍ଡାଦେଶ ଦିଆଯାଇଛି । ୨୦୧୮ ଜୁନ୍ ୧୫ ତାରିଖରେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ଗରୁଡ଼ବସା ଗାଁରେ ଘଟିଥିଲା ଏକ ଲଜ୍ଜା ଜନକ ଘଟଣା । ୮ ବର୍ଷର ନାବାଳିକାକୁ ଅପହରଣ କରି ଦୁଷ୍କର୍ମ, ପରେ ହତ୍ୟା କରିଥିଲା ଅଭିଯୁକ୍ତ । ୧୪ ମାସ ପରେ ଆସିଛି ରାୟ । ଘଟଣାରେ ସମସ୍ତ ସାକ୍ଷ୍ୟ ପ୍ରମାଣ ଗ୍ରହଣ ପରେ ମାମଲାର ବିଚାର କରି ରାୟ ଶୁଣାଇଛନ୍ତି ବାରିପଦା ଫାଷ୍ଟଟ୍ରାକ୍ କୋର୍ଟ ବିଚାରପତି ଏମ୍ଡି. ସବାବ୍ ନାବିବ୍ । ଆଜି ରାୟ ପ୍ରକାଶ ପାଇବା ପରେ ପରିବାରରେ ଆସ୍ୱସ୍ତି ମିଳିଛି।