ଏବେ ଆଉ ରହିବନି ୱେଟିଂ ଟିକେଟର ଚିନ୍ତା, ରେଳ ମନ୍ତ୍ରଣାଳୟ ଦେବାକୁ ଯାଉଛି ଏପରି କିଛି ସୁବିଧା

ଟ୍ରେନ ଟିକେଟ କନଫର୍ମ ହେଲା କି ନାହିଁ ଜାଣିବା ପାଇଁ ବର୍ତ୍ତମାନ ଆଉ ୱେବସାଇଟ କିମ୍ବା କୌଣସି ନମ୍ବରରେ ବାରମ୍ବାର ଯୋଗାଯୋଗ କରିବାକୁ ପଡିବ ନାହିଁ । ଏଥର ରେଳ ବିଭାଗ ନିଜେ ଯାତ୍ରୀଙ୍କ ଫୋନ୍କୁ ଏହାର ସୂଚନା ମେସେଜ ଦ୍ୱାରା ପଠାଇବ । ଏଥିପାଇଁ ଆପଣଙ୍କୁ କୌଣସି ଚାର୍ଜ ଦେବାକୁ ପଡିବ ନାହିଁ । କାରଣ ପୂର୍ବରୁ ଟିକେଟ ସମ୍ବନ୍ଧିତ ସୂଚନା ପାଇଁ ୧୩୯ ରେ ପ୍ରତି ମିନିଟ ହିସାବରେ ଶୁଳ୍କ ଦେବାକୁ ପଡୁଥିଲା କିନ୍ତୁ ବର୍ତ୍ତମାନ ଆଉ ଏପରି ଅସୁବିଧା ହେବ ନାହିଁ ।

ଯାତ୍ରୀମାନେ କେଉଁଭଳି ଭାବେ ଟିକେଟ ସମ୍ବନ୍ଧିତ ସମସ୍ତ ସୂଚନା ନିଜ ଫୋନରେ ପାଇପାରିବେ ସେଥିପାଇଁ ରେଳ ମନ୍ତ୍ରଣାଳୟ ଏହାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ୱେଟିଂ ଟିକେଟ ଯାତ୍ରୀ ମାନଙ୍କୁ ଧ୍ୟାନରେ ରଖି ରେଲୱେ ଏପରି ଏକ ସଫ୍ଟୱେୟାର ପ୍ରସ୍ତୁତ କରାଇଛି ଯାହାଦ୍ୱରା ଏହିଭଳି ସମସ୍ତ ଅସୁବିଧାର ସମାଧାନ ହୋଇପାରିବ ।

Indian Railway will tell whether your ticket is confirmed or waiting, information on your mobile

ଏହି ଯୋଜନା ଦ୍ୱାରା ପାସେଞ୍ଜର ରିଜର୍ଭେସନ ସିଷ୍ଟମ(PRS)ଯେଉଁ ମାତ୍ରାରେ ଅପଗ୍ରେଡ଼ ହେବ ସେହି ମାତ୍ରାରେ ଆପଣଙ୍କ ଟିକେଟର ଷ୍ଟାଟସ ମେସେଜ ଦ୍ୱାରା ଆପଣଙ୍କୁ ଜଣାଇ ଦିଆଯିବ । ଉଦାହରଣବଶତଃ ଯଦି ଆପଣଙ୍କର ୱେଟିଂ ୧୦୦ ଅଛି ଏବଂ ଏହି ସମୟରେ କୌଣସି ଯାତ୍ରୀ ନିଜର ଟିକେଟ କ୍ୟାନସେଲ କରୁଛନ୍ତି ତାହେଲେ ଆପଣଙ୍କ ୱେଟିଂ ହ୍ରାସପାଇଁ ୯୯ ହୋଇଯିବ ଏବଂ ଏହାର ସୂଚନା ଆପଣ ନିଜ ଫୋନରେ ପାଇପାରିବେ ।

ବର୍ତ୍ତମାନ ଟିକେଟ କନଫର୍ମ ହୋଇଥିବା ଯାତ୍ରୀ ମାନଙ୍କ ସହିତ ଯେଉଁମାନଙ୍କର ଟିକେଟ ୱେଟିଂରେ ରହିଛି ସେମାନଙ୍କ ମୋବାଇଲକୁ ମଧ୍ୟ ମେସେଜ ମାଧ୍ୟମରେ ଏହି ସୂଚନା ଦିଆଯିବ । ଏହାର ଅଧିକ ଫାଇଦା ସେହି ଯାତ୍ରୀ ମାନେ ଉଠେ ପାରିବେ ଯେଉଁମାନେ ଇଣ୍ଟରନେଟ ସହିତ ଫ୍ରେଣ୍ଡଲି ନୁଁହନ୍ତି ।

ଏହାସହ ପଢନ୍ତୁ ଜାଣନ୍ତୁ କଣ ଏହି ଇ-ଟୁରିଷ୍ଟ ଭିସା ? କେଉଁ ଋତୁରେ ରହିଛି ଏହାର କମ ଏବଂ ବେଶି ଡିମାଣ୍ଡ

ଏଠାରେ ଉଲ୍ଲେଖନୀୟ ଯେ ବର୍ତ୍ତମାନ କେବଳ ସେହି ଯାତ୍ରୀ ମାନଙ୍କ ଫୋନ୍କୁ ମେସେଜ ଦିଆଯିବ ଯେଉଁମାନଙ୍କର ୱେଟିଂ ଟିକେଟ କନଫର୍ମ କିମ୍ବା RSCରେ ରହିଛି । ଏବଂ ଏହା ସହିତ ଟ୍ରେନ ଖୋଲିବାର ଚାରିଘଣ୍ଟା ପୂର୍ବରୁ ଲଗାତର ଅପଗ୍ରେଡ଼ସନରୁ ଯାତ୍ରୀମାନଙ୍କୁ ମୁକ୍ତି ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.