ଆପଣଙ୍କ ଶରୀରରେ ଆଇରନର ଅଭାବ ରହିଛି କି ? ଖାଲି ପେଟରେ ପିଅନ୍ତୁ ଜିରା ପାଣି, ଚୁଟ୍କିରେ ଦୂର କରନ୍ତୁ ଅନେକ ରୋଗ

ଆମ ରୋଷେଇ ଘରେ ଜିରା ବହୁତ ସହଜରେ ମିଳିଯାଏ। ଏହାକୁ କେବଳ ଆମେ ତରକାରୀରେ ବ୍ୟବହାର କରିଥାଉ। କିନ୍ତୁ ଆପଣ ଜାଣନ୍ତି କି, କେବଳ ଖାଦ୍ୟରେ ନୁହେଁ ବରଂ ଏଥିରେ ଥିବା ଔଷଧୀୟ ତତ୍ତ୍ୱ ଶରୀର ପାଇଁ ବହୁତ ଗୁଣକାରୀ ହୋଇଥିବା ବେଳେ ଏହାର ପାଣି ମଧ୍ୟ ଶରୀର ପାଇଁ ବେଶ ଉପକାରୀ। ଏହି ପାଣିକୁ ପିଇବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିପାରେ।
-ଜିରା ପାଣିରେ ଥିବା ମିନେରାଲସ ହୃଦ୍ସ୍ପନ୍ଦନକୁ ସାମାନ୍ୟ ରଖିବାରେ ସହାୟକ ହୋଇଥାଏ। ଏହା ଦ୍ୱାରା ହାର୍ଟ ଆର୍ଟକର ଭୟ କମ୍ ରହିଥାଏ।
– ଜିରା ପାଣି ପିଇବା ଦ୍ୱାରା ଶରୀରକୁ ଭରପୂର ମାତ୍ରାରେ ଆଣ୍ଟି ଅକ୍ସିଡାଣ୍ଟ ଏବଂ ମିନେରାଲ ମିଳିଥାଏ ।
– ଜିରା ପାଣି ପିଇଲେ ଇମ୍ୟୁନିଟ୍ ବଢିଥାଏ। ଏହା ଶରୀରକୁ ସଂକ୍ରାମକ ରୋଗରୁ ରକ୍ଷା କରିଥାଏ। ଏହାକୁ ପିଇବା ଦ୍ୱାରା ଥକ୍କାପଣ, ଦୁର୍ବଳତା, ମୁଣ୍ଡ ବୁଲାଇବା ଆଦି ସମସ୍ୟାରୁ ମୁକ୍ତି ମିଳିଥାଏ।
– ବାନ୍ତି କିମ୍ବା ଝାଡା ହେଉଥିଲେ ଜିରା ପାଣି ବହୁତ ଫାଇଦା ଦେଇଥାଏ। ଏହା ଶରୀରରେ ମେଟାବୋଲଜିମକୁ ବୃଦ୍ଧି କରିବା ସହ ପେଟ ଜନିତ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ।
– ଯେଉଁ ଲୋକ ଲିଭର ସମ୍ବନ୍ଧିତ ରୋଗରେ ପୀଡିତ, ସେମାନଙ୍କ ପାଇଁ ଜିରା ପାଣି ବେଶ ଉପକାରୀ। ଏହା ଯକୃତ ପାଖରେ ଥିବା ଅତିରିକ୍ତ ଚର୍ବି ହେବାକୁ ଦିଏନାହିଁ।
– ଆପଣଙ୍କ ଶରୀରରେ ଆଇରନର ଅଭାବ ରହିଛି କି ? ଜିରା ପାଣି ପିଇବା ଦ୍ୱାରା ଏହା ଦୂର ହୋଇଥାଏ। ଏହା ଶରୀରରେ ଭିଟାମିନ ଏ ଏବଂ ଭିଟାମିନ ସି ର ଅଭାବ ପୂରଣ କରିଥାଏ।
ଏହାସହ ପଢ଼ନ୍ତୁ ; ଡାଇବେଟିଜକୁ ନେଇ ଚିନ୍ତିତ କି ? ଖାଆନ୍ତୁ ବେସନ ରୁଟି, ମିଳିବ ଅନେକ ଫାଇଦା
– ଜିରା ପାଣି ଓଜନ କମ୍ କରିବାରେ ମଧ୍ୟ ସହାୟକ ହୋଇଥାଏ। ପ୍ରତିଦିନ ସକାଳୁ ଖାଲିପେଟରେ ଏକ ଗ୍ଲାସ ଅଳ୍ପ ଉଷୁମ ପାଣି ସହିତ ଜିରା ପାଣି ମିଶାଇ ପିଅନ୍ତୁ। ଏହାଦ୍ୱାରା ପାଚନ କ୍ରିୟା ହେବା ସହିତ ଅତିରିକ୍ତ ଚର୍ବି ବାହାରିଯାଏ।
-ଯେଉଁମାନେ ନିଦ୍ରାହୀନତାର ଶିକାର ରହିଛନ୍ତି, ସେମାନେ ଏହି ଜିରା ପାଣି ପିଇବା ଦ୍ୱାରା ମସ୍ତିଷ୍କ ଶାନ୍ତ ହେବା ସହ ଶରୀରକୁ ଆରାମ ମିଳିଥାଏ।
– ଜିରା ପାଣିରେ ଫାଇବର ତତ୍ତ୍ୱ ଭରପୂର ରହିଥାଏ। ଏହା ଶରୀରରୁ ହାନିକାରକ ତତ୍ତ୍ୱକୁ ବାହାର କରିବାରେ ସହାୟକ ହୋଇଥାଏ।