Below header

ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଗାଳି ଗୁଲଜ ଓ ଅସଦାଚରଣ ଅଭିଯୋଗ, ପ୍ରତିବାଦରେ ହଷ୍ଟେଲ ଛଡିଲେ ୧୫ ଛାତ୍ରୀ

ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକ ଅସଭ୍ୟ ଭାଷାରେ ଗାଳି ଗୁଳଜ ଓ ଅସଦାଚରଣ କରୁଥିବା ଅଭିଯୋଗ। ପ୍ରତିବାଦରେ ହଷ୍ଟେଲ ଛଡିଲେ ୧୫ ଜଣ ଛାତ୍ରୀ। ଏଭଳି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ବେଲଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ। ଅଭିଯୋଗ ହୋଇଛି, ପ୍ରଧାନ ଶିକ୍ଷକ ବାଣେଶ୍ୱର ପାତ୍ର ବିଭିନ୍ନ ସମୟରେ ମଦ୍ୟପାନ କରି ବିଭିନ୍ନ ସମୟରେ ଛାତ୍ରମାନଙ୍କୁ ଗାଳି ଗୁଳଜ କରନ୍ତି। ଗତକାଲି ବି ମଦ୍ୟପାନ କରି ପିଲାମାନଙ୍କୁ ଗାଳି ଗୁଳଜ କରିବା ସହ ଟଣା ଓଟରା କରିଥିବା ଅଭିଯୋଗ ହୋଇଛି। ଏହାପରେ ୧୫ ଜଣ ପିଲା ହଷ୍ଟେଲ ଛାଡ଼ି ପଳାଇଥିଲେ। ଏବାବଦରେ ପୋଲିସକୁ ଖବର ଦେଇଥିଲେ ଜଣେ ଅଭିଭାବକ। ପୋଲିସ ପ୍ରଧାନ ଶିକ୍ଷକଙ୍କୁ ଅଟକ ରଖି ପଚରାଉଚରା କରୁଛି। ପିଲାମାନଙ୍କୁ ଅନ୍ୟ ଶିକ୍ଷୟତ୍ରୀଙ୍କୁ ହସ୍ତାନ୍ତର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.