ଯାଜପୁର: ମଧ୍ୟାହ୍ନ ଭୋଜନ ଖାଇ ୪୦ ଛାତ୍ରଛାତ୍ରୀ ଅସୁସ୍ଥ,  ଖାଦ୍ୟରେ ଝିଟିପିଟି  ପଡିଥିବା ନେଇ ଆସିଲା ଅଭିଯୋଗ

ଯାଜପୁର(କେନ୍ୟୁଜ୍): ମଧ୍ୟାହ୍ନ ଭୋଜନରେ ଝିଟିପିଟି ପଡିଥିବା ଅଭିଯୋଗ । ଫଳରେ ଏହାକୁ ଖାଇ ୪୦ଜଣ ଛାତ୍ରଛାତ୍ରୀ ଡାକ୍ତରଖାନାରେ ଭର୍ତି । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ଶ୍ରୀବନ୍ତପୁର ପ୍ରାଥମିକ ବିଦ୍ୟାଳୟରେ । ଆଜି ଶନିବାର ଥିବାରୁ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ସକାଳ ୯ଟା ସମୟ ଖେଳଛୁଟି ପରେ ମଧ୍ୟାହ୍ନ ଭୋଜନ ଖାଇବାକୁ ଦିଆଯାଇଥିଲା ।

ତେବେ ମଧ୍ୟାହ୍ନ ଭୋଜନରେ ଝିଟିପିଟି ପଡିଥିବା ନେଇ କେତେକ ଛାତ୍ରଛାତ୍ରୀ ଦେଖିବାକୁ ପାଇଥିଲେ । ପରେ ସେମାନେ ଅସୁସ୍ଥ ଅନୁଭବ କରିବାରୁ ଧର୍ମଶାଳା ଡାକ୍ତରଖାନାରେ ସେମାନଙ୍କୁ ଭର୍ତି କରାଯାଇଥିଲା । ଡାକ୍ତର ସେମାନଙ୍କୁ ଆବଶ୍ୟକୀୟ ଚିକିତ୍ସା କରିବା ପରେ ସେମାନଙ୍କ ମଧ୍ୟରେ ୨ଜଣ ଅସୁସ୍ଥ ଥିବା ଜଣାପଡିଛି ।

ସେହିପରି ଏହି ବ୍ଲକ ଅନ୍ତର୍ଗତ ବମ୍ଫୁ – ମଙ୍ଗରାଜପୁର ନୋଡାଲ ବିଦ୍ୟାଳୟରେ ଅଣ୍ଡା ଖାଇ ୧୦ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତି ହୋଇଥିଲେ । ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.