Below header

ମୟୂରଭଞ୍ଜ : ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ

ମୟୂରଭଞ୍ଜ : ପୁଣି ଶିକ୍ଷକଙ୍କ ନାଁରେ କଳଙ୍କ । ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ନୁହାମାଳିଆ ସରକାରୀ ୟୁପି ସ୍କୁଲରେ ୩ ଜଣ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗକୁ ନେଇ ଉତ୍ତେଜନା । ପ୍ରଧାନଶିକ୍ଷକ ଅନଙ୍ଗଦେବ ଟିପିରିଆ ଆଜି ସ୍କୁଲରେ ପହଞ୍ଚିବା ପରେ ଉତ୍ତେଜନା ବଢ଼ିଥିଲା । ଉତ୍ତ୍ୟକ୍ତ ଗ୍ରାମବାସୀ ଠେଲାପେଲା କରିବା ସହ ତାଙ୍କ ଚୁଟି କାଟିଦେଇଛନ୍ତି । ପ୍ରଧାନଶିକ୍ଷକ ଅସଦାଚରଣ କରିଥିବାନେଇ ସଂପୃକ୍ତ ଛାତ୍ରୀମାନେ ଅଭିଭାବକଙ୍କୁ ଜଣାଇଥିଲେ । ଏ ବାବଦରେ ଅଭିଭାବକମାନେ ସ୍କୁଲ ପରିଚାଳନା କମିଟିକୁ ଜଣାଇବାର ତିନି ଦିନ ବିତିଲାଣି । ହେଲେ ଏଯାଏ କୌଣସି କାର‌୍ୟ୍ୟାନୁଷ୍ଠାନ ହୋଇନାହିଁ । ସେହିପରି ଶିକ୍ଷା ବିଭାଗର ଅଧିକାରୀ ସ୍କୁଲରେ ପହଞ୍ଚି ମଧ୍ୟ ଅନୁଧ୍ୟାନ କରିନାହାନ୍ତି । ଯାହାକୁ ନେଇ ଗ୍ରାମବାସୀ ଓ ଅଭିଭାବକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.