ମଧ୍ୟାହ୍ନ ଭୋଜନରେ ସାପ, ଭୋକିଲା ରହିଲେ ପିଲା

ମହାରାଷ୍ଟ୍ର : ମଧ୍ୟାହ୍ନ ଭୋଜନରେ ସାପ । ସ୍କୁଲ ପିଲାଙ୍କୁ ଦିଆଯାଇଥିବା ଖେଚୁଡିରେ ବାହାରିଲା ସାପ । ଘଟଣାଟି ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ । ସୂଚନା ଅନୁସାରେ ଆଜି ଗରଗମାନ ଜିଲ୍ଲା ପରିଷଦର ଏକ ପ୍ରାଇମେରୀ ସ୍କୁଲରେ ମଧ୍ୟାହ୍ନ ଭୋଜନ ଦିଆଯାଇଥିଲା । ତେବେ ଖାଦ୍ୟ ବଢା ପର୍ବୂରୁ ଖେଚୁଡିରେ ସାପ ବାହାରିଥିଲା । ଯାହା ଫଳରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ଉଚ୍ଚ ଅଧିକାରୀଙ୍କ ନିକଟରେ ଏହି ଘଟଣା ପହଂଚିବା ପରେ ଖେଚୁଡିକୁ ଜବତ କରି ଯାଂଚ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ସାପ ବାହାରିବାରୁ ସ୍କୁଲରେ ମଧ୍ୟାହ୍ନ ଭୋଜନ ବିତରଣ ବନ୍ଦ ହୋଇଛି । ଯାହା ଫଳରେ ପ୍ରାୟ ୮୦ ଜଣ ପିଲା ଭୋକରେ ରହିଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.