Below header

ବ୍ୟାଙ୍କ କାମରେ ଯାଇଥିବା ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

ସୁବର୍ଣ୍ଣପୁର : ଘରେ ଛାଡି ଦେବାକୁ କହି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ । ଯୁବତୀ ଜଣକ ବ୍ୟାଙ୍କ କାମରେ ଯାଇ ଫେରିବା ବେଳେ ଏକ ହୋଟେଲରେ ଖାଉଥିଲେ । ଏତିକି ବେଳେ ସ୍ଥାନୀୟ ସହରପାଲି ଗାଁର ଜଣେ ଯୁବକ ତାଙ୍କୁ ଘରେ ଛାଡି ଦେବ କହି ସାଙ୍ଗରେ ନେଇ ଯାଇଥିଲେ । ପରେ ଯୁବକ ଜଣକ ଧର୍ମଶାଳା ଏମ୍ଇ ସ୍କୁଲ ସାମ୍ନାରେ ଏକ ବିଲ ମଧ୍ୟରେ ତାଙ୍କୁ ଦୁଷ୍କର୍ମ କରିଥିଲେ ।

ଯୁବତୀ ଜଣକ ଗୁରୁତର ଅବସ୍ଥାରେ ବିଲ ଭିତରେ ପଡିଥିବା ନେଇ ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ଯୁବତୀଙ୍କୁ ପ୍ରଥମେ ସୋନପୁର ଓ ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରିଛି । ଏନେଇ ପୀଡ଼ିତାଙ୍କ ପକ୍ଷରୁ ବୀରମହାରାଜପୁର ଥାନାରେ ମାମଲା ରୁଜୁ କରାଯାଇଛି । ଘଟଣା ପରେ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଛି । ଅଭିଯୁକ୍ତଙ୍କ ନାଁରେ ଆଗରୁ ମଧ୍ୟ ଅନେକ ଅପରାଧିକ ମାମଲା ରହିଥିବା ବୀରମହାରାଜପୁର ଏସଡିପିଓ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.