Below header

ବିବାହ ଭୋଜି ଖାଇ ପାଞ୍ଚ ଶହରୁ ଅଧିକ ଅସୁସ୍ଥ ଘଟଣା, ଖାଦ୍ୟର ମାନ ଯାଞ୍ଚ କରିବ ସ୍ୱାସ୍ଥ୍ୟ ବିଭାଗ

ପୁରୀ: ବିବାହ ଭୋଜିଖାଇ ପାଞ୍ଚ ଶହରୁ ଅଧିକ ଅସୁସ୍ଥ ଘଟଣାରେ ଖାଦ୍ୟର ମାନ ଯାଞ୍ଚ କରିବ ସ୍ୱାସ୍ଥ୍ୟ ବିଭାଗ। ପୁରୀ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ADMO ବିରଜା ପ୍ରସାଦ ରଥଙ୍କ ନେତୃତ୍ୱରେ ଏକ ଟିମ୍‌ ଗାଁରେ ପହଞ୍ଚି ଭୋଜିରେ ପ୍ରସ୍ତୁତ ହୋଇଥିବା ଖାଦ୍ୟର ନମୁନା ସଂଗ୍ରହ କରିଛନ୍ତି। ଏହାକୁ ପରୀକ୍ଷା ପାଇଁ ଲାବୋରେଟୋରୀକୁ ପଠାଯିବ।

ପୁରୀ ଜିଲ୍ଲା କଣାସ ବ୍ଳକର ସହନା ଗାଁର କାହ୍ନା ଜୟସିଂହଙ୍କ ପୁତୁରା ନିହାର ଜୟସିଂହଙ୍କ ବାହାଘର ଭୋଜି ଖାଇଥିଲେ ଗ୍ରାମବାସୀ। ଏହାପରେ ପ୍ରାୟ ୫ଶହରୁ ଉର୍ଦ୍ଧ୍ୱ ଅସୁସ୍ଥ ହୋଇପଡିଥିଲେ। ସମସ୍ତଙ୍କର ଝାଡାବାନ୍ତି ହେବା ସହ ସମସ୍ତଙ୍କୁ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅସୁସ୍ଥଙ୍କ ଅବସ୍ଥା ଏବେ ଭଲ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.