Below header

ପ୍ରକାଶ ପାଇଲା ୯୨ ଠାରୁ ୧୦୨ ଆକ୍ରାନ୍ତଙ୍କା ଟ୍ରାଭେଲ ହିଷ୍ଟ୍ରି, ଜାଣନ୍ତୁ କୁଆଡେ କୁଆଡେ ଯାଇଥିଲେ ଆକ୍ରାନ୍ତ

କେନ୍ୟୁଜ(ବ୍ୟୁରୋ): ସୂଚନା ଓ ଲୋକ ସମ୍ପର୍କ ବିଭାଗ  ପ୍ରକାଶ କଲା ୯୨ଠାରୁ ୧୦୨ ନମ୍ବର କରୋନା ଆକ୍ରାନ୍ତଙ୍କର ଟ୍ରାଭେଲ ହିଷ୍ଟ୍ରି ।
୯୨-ନମ୍ବର ଆକ୍ରାନ୍ତ ୧୨ ଏପ୍ରିଲରେ କୁଆଖିଆରୁ ସହିଖଣ୍ଡ ଇଟାଭାଟି ଛାଡ଼ି ୧୦ ଜଣଙ୍କ ସହିତ ଅଟୋ ଯୋଗେ ଯାଜପୁର ଟାଉନ ପର୍ଯ୍ୟନ୍ତ ଆସିଥିଲେ। ସେଠାରୁ ଚାଲି ଚାଲି ସେ ନିଜ ଘରେ ପହଞ୍ଚି ଥିଲେ।
୧୩ ଏପ୍ରିଲରେ ତାଙ୍କୁ କାନପୁର ସ୍ଥିତ ସରକାରୀ କ୍ବାରେଣ୍ଟାଇନରେ ରଖା ଯାଇଥିଲା।
ପରେ ତାଙ୍କର କିଛି ଲକ୍ଷଣ ଦେଖା ଯାଇଥିବାରୁ ୨୪ ତାରିଖରେ ନମୁନା ସଂଗ୍ରହ କରାଯାଇଥିଲା । ଆଉ ସେହିଦିନ ହିଁ ତାଙ୍କର ନମୂନା ପଜେଟିଭ୍ ଆସିଥିଲା। ସେଠାରୁ ତାଙ୍କୁ ଅଶ୍ୱନୀ ହସ୍ପିଟାଲରେ ସ୍ଥାନାନ୍ତର କରାଯାଇ ଚିକିତ୍ସା କରାଯାଉଛି ।

Image

କେସ ନମ୍ବର -୯୩

୨୯ ବର୍ଷୀୟ ପୁରୁଷ ଧାମନଗର, ଭଦ୍ରକ , କଲିକତା ଫେରନ୍ତା

୨୭ ମାର୍ଚ୍ଚରେ କଲିକତାର ବହୁବଜାରରୁ ଗଡ଼ି ଭଡ଼ା କରି ନିଜ ବାପାଙ୍କ ସହିତ ଅନ୍ୟ ୬ ସହଯାତ୍ରୀଙ୍କୁ ଧରି ଧାମନଗରରେ ପହଞ୍ଚି ଥିଲେ।

୨୮ ମାର୍ଚ୍ଚରେ ଧାମନଗରରୁ ସେ ବାଇକ ଯିଗେ ନିଜ ବାପାଙ୍କ ସହ ଘରକୁ ଫେରିଥିଲେ
ସେହି ୨୮ ମାର୍ଚ୍ଚରେ ନିଜ ଘର ଖଦିପଡା ଧାମନଗରରେ ହୋମ କ୍ବାରେଣ୍ଟାଇନରେ ରହିଥିଲେ।

୨୪ ତାରିଖରେ ତାଙ୍କର କିଛି ଲକ୍ଷଣ ଦେଖା ଯିବାରୁ ତାଙ୍କ ନମୂନା ନିଆ ଯାଇଥିଲା ଯାହା ପଜେଟିଭ୍ ବାହାରିଥିଲା । ଏହାପରେ ତାଙ୍କୁ କଟକର ଅଶ୍ୱନୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

Image

କେସ ନମ୍ବର :୯୪

୨୪ ବର୍ଷୀୟ ଯୁବକ,କଲ୍ୟାଣି ଧାମନଗର,ଭଦ୍ରକ, (କଲିକତା ଫେରନ୍ତା)

୧୬ ଏପ୍ରିଲରେ କଲିକତା ବାହୁବଜାରରୁ ଚାଲି ଚାଲି ଆସି ୨୦ ଏପ୍ରିଲରେ କଲ୍ୟାଣିରେ ପହଞ୍ଚି ଥିଲେ ।
୨୧ ଏପ୍ରିଲରେ ତାଙ୍କୁ ଭଦ୍ରକର କଲ୍ୟାଣି ଗ୍ରାମପଞ୍ଚାୟତ ସ୍ଥିତ ସରକାରୀ କ୍ବାରେଣ୍ଟାଇନ ସେଣ୍ଟରରେ ରଖା ଯାଇଥିଲା। ୨୪ ଏପ୍ରିଲରେ ତାଙ୍କ ନମୂନା ନିଆ ଯାଇଥିଲା ଯାହା ପଜେଟିଭ୍ ଆସିଥିଲା। ପରେ ତାଙ୍କୁ କଟକର ଅଶ୍ୱନୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

Image

କେସ ନମ୍ବର ୯୫

୨୩ ବର୍ଷୀୟ ଯୁବକ ,କଟିକଟା,ଦଶରଥପୁର, ଯାଜପୁରର ବାସିନ୍ଦା (କଲିକତା ଫେରନ୍ତା)

୨୯ ମାର୍ଚ୍ଚରେ ବଡ଼ ବଜାର ମଲିକ ଷ୍ଟ୍ରୀଟରୁ ଏକ ବୋଲେରୋ ଭଡ଼ା କରି ୬ ସହଯାତ୍ରୀଙ୍କ ସହ କଟିକଟାରେ ପହଞ୍ଚି ଥିଲେ।
୩୦ ମାର୍ଚ୍ଚରେ ତାଙ୍କୁ କଟିକଟା ସ୍ଥିତ ସରକାରୀ କ୍ବାରେଣ୍ଟାଇନ ସେଣ୍ଟରରେ ୧୪ ଦିନ ପାଇଁ ଅର୍ଥାତ ୧୨ ଏପ୍ରିଲ ଯାଏଁ ରହିଥିଲେ।
୧୩ ଏପ୍ରିଲରୁ ୨୫ ଏପ୍ରିଲ ପର୍ଯ୍ୟନ୍ତ ସେ ନିଜ ପାରିବାରର ତତ୍ତ୍ୱଵଧାନରେ ରହିଥିଲେ। ୨୫ ଏପ୍ରିଲରେ ତାଙ୍କ ନମୂନା ପଜେଟିଭ୍ ଆସିଥିଲା। ଏହା ପରେ ତାଙ୍କୁ କଳିଙ୍ଗ ନଗର ସ୍ଥିତ ଟାଟା ମେଡିକା କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

Image

 କେସ ନମ୍ବର-୯୬

୫୭ ବର୍ଷୀୟ ବ୍ୟକ୍ତି, କଟିକଟା,ଦଶରଥପୁର ଯାଜପୁରର ବାସିନ୍ଦା (କଲିକତା ଫେରନ୍ତା)

୨୯ ମାର୍ଚ୍ଚରେ କଲିକତା ବଡ଼ବଜାରରୁ ଏକ ଭଡ଼ା ବୋଲେରୋରେ ୬ସହଯାତ୍ରୀଙ୍କ ସହ କଟିକଟାରେ ପହଞ୍ଚି ଥିଲେ।
୩୦ ମାର୍ଚ୍ଚରେ ତାଙ୍କୁ କଟିକଟା ସ୍ଥିତ ସରକାର କ୍ବାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା। ୧୩ ଏପ୍ରିଲରୁ ୨୫ ଏପ୍ରିଲ ପର୍ଯ୍ୟନ୍ତ ସେ ନିଜ ପାରିବାରର ତତ୍ତ୍ୱଵଧାନରେ ରହିଥିଲେ। ୨୫ ଏପ୍ରିଲରେ ତାଙ୍କ ନମୂନା ପଜେଟିଭ୍ ଆସିଥିଲା। ଏହା ପରେ ତାଙ୍କୁ କଳିଙ୍ଗ ନଗର ସ୍ଥିତ ଟାଟା ମେଡିକା କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

Image

କେସ ନମ୍ବର ୯୭

୪୯ ବର୍ଷୀୟ ପୁରୁଷ ଯାଜପୁର କଟିକଟାର ବାସିନ୍ଦା(କଲିକତା ଫେରନ୍ତା)
୨୯ ମାର୍ଚ୍ଚରେ କଲିକତା ବଡ଼ବଜାରରୁ ଏକ ଭଡ଼ା ବୋଲେରୋରେ ୬ସହଯାତ୍ରୀଙ୍କ ସହ କଟିକଟାରେ ପହଞ୍ଚି ଥିଲେ।
୩୦ ମାର୍ଚ୍ଚରେ ତାଙ୍କୁ କଟିକଟା ସ୍ଥିତ ସରକାର କ୍ବାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା। ୧୩ ଏପ୍ରିଲରୁ ୨୫ ଏପ୍ରିଲ ପର୍ଯ୍ୟନ୍ତ ସେ ନିଜ ପାରିବାରର ତତ୍ତ୍ୱଵଧାନରେ ରହିଥିଲେ। ୨୫ ଏପ୍ରିଲରେ ତାଙ୍କ ନମୂନା ପଜେଟିଭ୍ ଆସିଥିଲା। ଏହା ପରେ ତାଙ୍କୁ କଳିଙ୍ଗ ନଗର ସ୍ଥିତ ଟାଟା ମେଡିକା କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

Image

କେସ ନମ୍ବର ୯୮

୫୨ ବର୍ଷୀୟ ପୁରୁଷ ଯାଜପୁର କଟିକଟାର ବାସିନ୍ଦା(କଲିକତା ଫେରନ୍ତା)
୨୯ ମାର୍ଚ୍ଚରେ କଲିକତା ବଡ଼ବଜାରରୁ ଏକ ଭଡ଼ା ବୋଲେରୋରେ ୬ସହଯାତ୍ରୀଙ୍କ ସହ କଟିକଟାରେ ପହଞ୍ଚି ଥିଲେ।
୩୦ ମାର୍ଚ୍ଚରେ ତାଙ୍କୁ କଟିକଟା ସ୍ଥିତ ସରକାର କ୍ବାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା। ୧୩ ଏପ୍ରିଲରୁ ୨୫ ଏପ୍ରିଲ ପର୍ଯ୍ୟନ୍ତ ସେ ନିଜ ପାରିବାରର ତତ୍ତ୍ୱଵଧାନରେ ରହିଥିଲେ। ୨୫ ଏପ୍ରିଲରେ ତାଙ୍କ ନମୂନା ପଜେଟିଭ୍ ଆସିଥିଲା। ଏହା ପରେ ତାଙ୍କୁ କଳିଙ୍ଗ ନଗର ସ୍ଥିତ ଟାଟା ମେଡିକା କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

Image

କେସ ନମ୍ବର ୯୯

୩୯ ବର୍ଷୀୟ ବୟସ୍କ ବ୍ୟକ୍ତି ,ମାହନ୍ତି ପାଟଣା , ଦଶରଥପୁର, ଯାଜପୁର ବାସିନ୍ଦା, (କଲିକତା ଫେରନ୍ତା)

୨୯ ମାର୍ଚ୍ଚରେ ଭଡ଼ା ବୋଲେରୋରେ ୮ ଜଣ ସହଯାତ୍ରୀଙ୍କ ସହ ମାହନ୍ତି ପାଟଣାରେ ପହଞ୍ଚି ଥିଲେ।
୨୯ ମାର୍ଚ୍ଚରୁ ୨୦ ଏପ୍ରିଲ ଯାଏଁ ହୋମ କ୍ବାରେଣ୍ଟାଇନରେ ରହିଥିବା ବେଳେ ସମ୍ପର୍କୀୟ, ବାରିକ ଓ ନିର୍ମାଣ ଶ୍ରମିକଙ୍କ ସଂସ୍ପର୍ଷରେ ଆସିଥିଲେ।

୨୧ରୁ ୨୫ ଏପ୍ରିଲ ଯାଏଁ ସରକାରୀ କ୍ବାରେଣ୍ଟାଇନ ସେଣ୍ଟରକୁ ସ୍ଥାନାନ୍ତର କରଯାଇଥିଲା ।
୨୫ରେ ତାଙ୍କର ନମୂନା ପରୀକ୍ଷା କରାଯାଇ ଥିଲା ଯାହା ପଜେଟିଭ୍ ବାହାରିଥିଲା।
ପରେ ୨୬ ଏପ୍ରିଲରେ ତାଙ୍କୁ ଟାଟା ମେଡିକା କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

Image

 

କେସ ନମ୍ବର ୧୦୦

୫୦ ବର୍ଷୀୟ ପୁରୁଷ,ବିରଜାପୁର, ଦଶରଥପୁର ଯାଜପୁର, (କଲିକତା ଫେରନ୍ତା)

୨୯ ମାର୍ଚ୍ଚରେ କଲିକତା ବଡ଼ ବଜାରରୁ ଏକ ମିନି ଟ୍ରକ ଯୋଗେ ୨୦ ଜଣ ସହଯାତ୍ରୀଙ୍କ ସହ ଯାଜପୁର ଟାଉନରେ ପହଞ୍ଚି ଥିଲେ।
୨୯ ମାର୍ଚ୍ଚରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ହୋମ କ୍ବାରେଣ୍ଟାଇନରେ ରହିଥିଲେ ସେହି ସମୟରେ ସେ ନିଜ ପୁଅ ସହିତ ବାଇକ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ ନିଜ ନାମ ରେଜିଷ୍ତ୍ରେସନ୍ କରିଥିଲେ।
୧୧ ରୁ ୨୫ ଏପ୍ରିଲ ମଧ୍ୟରେ ଘରେ ଥିବା ବେଳେ ସାଙ୍ଗସାଥୀଙ୍କ ସହ ମିଳାମିଶା କରିଥିଲେ।
୨୫ ତାରିଖରେ ତାଙ୍କ ନମୂନା ପରୀକ୍ଷା କରାଯାଇଥିଲା ଯାହା ପଜେଟିଭ ଆସିଥିଲା। ପରେ ୨୬ ଏପ୍ରିଲରେ ତାଙ୍କୁ ଟାଟା ମେଡିକା କୋଭିଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Image

କେସ ନମ୍ବର-୧୦୧

୫୭ ବର୍ଷୀୟ ମହିଳା, ବିଶ୍ରା, ସୁନ୍ଦରଗଡର ବାସିନ୍ଦା କେସ ୬୯ଙ୍କ ଅତି ଘନିଷ୍ଠ ଥିଲେ ତେଣୁ ତାଙ୍କ ସଂସ୍ପର୍ଷରେ ଆସିଥିଲେ ଏହି ମହିଳା

୨୨ ମାର୍ଚ୍ଚରୁ ୨୪ ଏପ୍ରିଲ ନିଜ ଘରେ ଥିଲେ
୨୫ରେ ତାଙ୍କ ନମୂନା ପରୀକ୍ଷା କରାଯାଇଥିଲା ଓ ପଜେଟିଭ୍ ଆସିଥିଲା। ପରେ ତାଙ୍କୁ ହାଇଟେକ କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

Image

କେସ ନମ୍ବର ୧୦୨

୨୩ ବର୍ଷୀୟ ଯୁବକ , ବିଶ୍ରା, ସୁନ୍ଦରଗଡର ବାସିନ୍ଦା , କେସ ୬୯ଙ୍କର ପଡୋଶୀ

୨୨ ମାର୍ଚ୍ଚରୁ ୨୮ ଏପ୍ରିଲ ନିଜ ଘରେ ଲକଡାଉନରେ ଥିଲେ।
୧୮ ଏପ୍ରିଲରୁ ୨୪ ଏପ୍ରିଲରେ ତାଙ୍କର ଅଳ୍ପ କିଛି ଲକ୍ଷଣ ଦେଖା ଦେଇଥିଲା।
୨୫ ଏପ୍ରିଲରେ ତାଙ୍କ ନମୂନା ପରୀକ୍ଷା କରଯାଇଥିଲା ଯାହା ପଜେଟିଭ୍ ଆସିଥିଲା। ସେହିଦିନ ତାଙ୍କୁ ହାଇଟକ୍ କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

Image

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.