Below header

ରାୟଗଡା: କ୍ୱାରେଣ୍ଟଟାଇନ ସେଣ୍ଟରରେ ଏସିଡ ଆଟାକ, ପରସ୍ପରକୁ ଏସିଡ ଫିଙ୍ଗା ଫିଙ୍ଗି ହେଲେ ଅନ୍ତେବାସୀ

ରାୟଗଡା(କେନ୍ୟୁଜ): କ୍ୱାରେଣ୍ଟଟାଇନ ଗୃହରେ ଅନ୍ତେବାସୀଙ୍କ ମଧ୍ୟରେ ପରସ୍ପରକୁ ଏସିଡ୍ ମାଡ଼।ଏଭଳି ଘଟଣା ଘଟିଛି ରାୟଗଡ଼ା ଥାନା କୁମ୍ଭୀକୋଟା କ୍ୱାରେଣ୍ଟଟାଇନ ଗୃହରେ। ପରସ୍ପର ମଧ୍ୟରେ ଗଣ୍ଡଗୋଳ ଘୋଟି ଏସିଡ୍ ଫିଙ୍ଗା ଫିଙ୍ଗି ହୋଇଥିବା ଅଭିଯୋଗ ଆସିଛି।ଏସିଡ୍ ମାଡ଼ରେ ଜଣେ ଗୁରୁତର ଓ ଆଉ ଜଣେ ଆହତ ହୋଇଥିବା ଜଣା ପଡିଛି ।ଗୁରୁତର ଦିଲ୍ଲୀପ ସାହାକୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ଗଣ୍ଡଗୋଳକାରୀ ମାନେ ସମସ୍ତେ ବିହାର ଅଞ୍ଚଳର।ଲୋକଡାଉନ ପରେ ଏମାନେ କୁମ୍ଭୀକୋଟା କ୍ୱାରେଣ୍ଟଟାଇନ ଗୃହରେ ରହୁଥିଲେ।
କିଛି ଦିନ ପୂର୍ବରୁ ସମାନ ଭାବେ ରାୟଗଡାର ଏକ କ୍ୱାରେଣ୍ଟଟାଇନ ସେଣ୍ଟରରୁ କିଛି ଲୋକ ଜବରଦସ୍ତ ବାହାରକୁ ବାହାରି ଫେରାର ହୋଇଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.