ଯାତ୍ରା କଳାକାରଙ୍କୁ ଦେଖି ନିଜ କର୍ତ୍ତବ୍ୟ ଭୁଲିଗଲେ ସ୍ୱାସ୍ଥ୍ୟ କର୍ମଚାରୀ, ଉଠାଇଲେ ସେଲ୍ଫି

ରୋଗୀ ଏପଟେ ଧାଡିରେ ଛିଡା ହୋଇଛନ୍ତି କିନ୍ତୁ ସେଲ୍ଫି ନିଶାରେ ମତୁଆଲା ଥିଲେ ସ୍ୱାସ୍ଥ୍ୟ କର୍ମଚାରୀ । ନିଜ ଆଖିରେ ଦେଖି ଆପଣ ସବୁ କିଛି ଠିକ୍‌ ଠିକ୍‌ ଜାଣିପାରିବେ । କେମିତି ଯାତ୍ରା କଳାକାରଙ୍କୁ ଦେଖି ରୋଗୀଙ୍କୁ ଭୁଲିଗଲେ ସ୍ୱାସ୍ଥ୍ୟ କର୍ମଚାରୀ । ଆଉ ଏପଟେ କେମିତି ରୋଗୀ ଧାଡିରେ ଛିଡା ହୋଇଛନ୍ତି । ଆପଣଙ୍କୁ ଟିକେ ଅଡୁଆ ଲାଗୁନି ଆଜ୍ଞା ।

ଯାଜପୁର ଟାଉନ (କେନ୍ୟୁଜ) : ଯାତ୍ରା କଳାକାରଙ୍କୁ ଦେଖି ନିଜ କର୍ତ୍ତବ୍ୟ ଭୁଲିଗଲେ ସ୍ୱାସ୍ଥ୍ୟ କର୍ମଚାରୀ । ରୋଗୀ ଏପଟେ ଧାଡିରେ ଛିଡା ହୋଇଛନ୍ତି କିନ୍ତୁ ସେଲ୍ଫି ନିଶାରେ ମତୁଆଲା ଥିଲେ ସ୍ୱାସ୍ଥ୍ୟ କର୍ମଚାରୀ । ନିଜ ଆଖିରେ ଦେଖି ଆପଣ ସବୁ କିଛି ଠିକ୍‌ ଠିକ୍‌ ଜାଣିପାରିବେ । କେମିତି ଯାତ୍ରା କଳାକାରଙ୍କୁ ଦେଖି ରୋଗୀଙ୍କୁ ଭୁଲିଗଲେ ସ୍ୱାସ୍ଥ୍ୟ କର୍ମଚାରୀ । ଆଉ ଏପଟେ କେମିତି ରୋଗୀ ଧାଡିରେ ଛିଡା ହୋଇଛନ୍ତି । ଆପଣଙ୍କୁ ଟିକେ ଅଡୁଆ ଲାଗୁନି ଆଜ୍ଞା ।
ଏ ହେଉଛି ଯାଜପୁର ମୁଖ୍ୟ ଡାକ୍ତରଖାନାର ଦୃଶ୍ୟ । ଯେଉଁଠି ରୋଗୀ ନିରାମୟ ଯୋଜନାରେ ଔଷଧ ନେବା ପାଇଁ ଲମ୍ବା ଧାଡିରେ ଠିଆ ହୋଇଛନ୍ତି । କିନ୍ତୁ ସେପଟେ ଯାତ୍ରା କମେଡିଆନ ଭିକାରୀ ସ୍ୱାଇଁଙ୍କୁ ଦେଖି ସ୍ୱାସ୍ଥ୍ୟ କର୍ମଚାରୀ ମାନେ ନିରାମୟ ଔଷଧ କାଉଣ୍ଟର ଭିତରକୁ ନେଇ ତାଙ୍କ ସହିତ ସେଲ୍ଫି ଉଠାଉଛନ୍ତି ।
ଏହାକୁ ନେଇ ରୋଗୀଙ୍କ ମଧ୍ୟରେ ଦେଖାଦେଇଛି ତୀବ୍ର ଅସନ୍ତୋଷ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଯାହାକୁ ଯିଏ ଦେଖୁଛନ୍ତି ସେ ନିନ୍ଦା କରୁଛନ୍ତି । ଥରେ ଭାବନ୍ତୁ ଆପଣ ଡାକ୍ତରଖାନାକୁ ଲୋକେ କେତେ କଣ କେମିତି ପରିସ୍ଥିତିରେ ଆସିଥିବେ । କେମିତି ଟିକେ ଡାକ୍ତରଙ୍କୁ ଦେଖାଇ େଔଷଧ ନେଇକି ଜଲଦି ଘରକୁ ଯିବେ । କିନ୍ତୁ ସେଠାରେ ଯଦି ଏମିତି ସ୍ଥିତି ଦେଖିବାକୁ ମି ଳିବ ତାହେଲେ ୟାଙ୍କୁ କଣ କୁହାଯିବ ଆପଣ କୁହନ୍ତୁ । ତେବେଏହି ଘଟଣାରେ ତଦନ୍ତ କରାଯାଇ କାର୍ଯ୍ୟନୁଷ୍ଠାନ ନିଆଯିବା ନେଇ ସିଡିଏମଓ ସୂଚନା ଦେଇଛନ୍ତି ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.