ପଦ୍ମକେଶରୀପୁର ମରଣାନ୍ତକ ଆକ୍ରମଣ ଘଟଣା, ୨ ଗିରଫ

ମରଣାନ୍ତକ ଆକ୍ରମଣ ଘଟଣାରେ ୨ ଜଣଙ୍କୁ ଗିରଫ କମିସନରେଟ ପୋଲିସ । ଅଭିଯୁକ୍ତ ତାପସ ଦାସ, ବାବୁଲା ଦାସକୁ ଗିରଫ କରିଛି ମଞ୍ଚେଶ୍ଵର ଥାନା ପୋଲିସ ।

ଭୁବନେଶ୍ୱର (କେନ୍ୟୁଜ): ମରଣାନ୍ତକ ଆକ୍ରମଣ ଘଟଣାରେ ୨ ଜଣଙ୍କୁ ଗିରଫ କମିସନରେଟ ପୋଲିସ । ଅଭିଯୁକ୍ତ ତାପସ ଦାସ, ବାବୁଲା ଦାସକୁ ଗିରଫ କରିଛି ମଞ୍ଚେଶ୍ଵର ଥାନା ପୋଲିସ । ଉଭୟ ସୁଧ କାରବାର ପାଇଁ ୧୦ ତାରିଖ ରାତିରେ ଗୋଟିଏ ପରିବାରର ବୋହୂ ଓ ଶ୍ୱଶୁରକୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଘଟଣା ପରେ ଗ୍ରାମରେ ଚାଲିଥିବା ବେଆଇନ ସୁଧ କାରବାର ଉପରେ ପୋଲିସ ନଜର ରଖିଛି ।

ଭୁବନେଶ୍ବର ମଞ୍ଚେଶ୍ବର ଥାନା ପଦ୍ମକେଶରୀପୁରରେ ହୋଇଥିଲା ବୋମାମାଡ଼ । ବୋମାମାଡ଼ରେ ଗୋଟିଏ ପରିବାରର ୨ ଜଣ ଆହତ ହୋଇଥିଲେ । ସୁଧ କାରବାରକୁ ନେଇ ବୋମାମାଡ଼ ହୋଇଥିବା ସୂଚନା ମିଳିଥିଲା । ବୋମାମାଡ଼ ପରେ ଗାଁରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ପୋଲିସ ମୁତୟନ ହୋଇଥିଲେ ।

ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବରରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପଦ୍ମକେଶରପୁର ଓ କେଳାସାହିର ଭୟାନକ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଆକ୍ରମଣ ଓ ପ୍ରତିଆକ୍ରମଣରେ ୨୦ରୁ ଅଧିକ ଆହତ ହୋଇଥିଲେ । ଏଥିରେ ଟେକା ପଥର ସହ ବୋମା ମାଡ ହୋଇଥିଲା । ଦୁଇ ସାହି ମଧ୍ୟରେ ଚାପା ଉତ୍ତେଜନା ଲାଗି ଯୋଗୁ ୧୪୪ଧାରା ଜାରି କରିଥିଲା ପ୍ରଶାସନ । ଆଉ ଗିରଫଦାରୀ ଭୟରେ ପୂରା ଗାଁ ହୋଇଯାଇଥିଲା ପୁରୁଷ ଶୂନ୍ୟ । ଏହି ଘଟଣାରେ ୭୭ ଜଣ ପୁରୁଷଙ୍କୁ ଗିରଫ କରାଯାଇଥିବା ବେଳେ ୭୦ ଜଣ ମହିଳାଙ୍କୁ ଉଠାଇନେଇ ଥିଲା କମିଶନରେଟ ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.