ଜାଣନ୍ତୁ ଓଜନ କମ୍ ହେବା ପାଇଁ ଦିନକୁ କେତେ କ୍ୟାଲୋରୀ ଗ୍ରହଣ କରିବା ଉଚିତ୍ ? ଡାଏଟ୍ରେ କରନ୍ତୁ ଏପରି ପରିବର୍ତ୍ତନ
ଆଜିକାଲି ଓଜନ କମ୍ କରିବାକୁ ଲୋକମାନେ ଜିମରେ ଘଣ୍ଟା ଘଣ୍ଟା ସମୟ କାଟୁଛନ୍ତି । ଆପଣଙ୍କ ଓଜନ କମ୍ ହେବାର ଏକ ବିଷେଶ ଜିନିଷ ହେଉଛି, ଆପଣ ଦୈନିକ କେତେ କ୍ୟାଲୋରୀ ଗ୍ରହଣ କରୁଛନ୍ତି । ଓଜନ କମ୍ କରିବାକୁ ହେଲେ, ଆପଣଙ୍କୁ ଆପଣଙ୍କର କ୍ୟାଲୋରୀ ମଧ୍ୟ କମ କରିବାକୁ ପଡିବ ।
ଆଜିକାଲି ଓଜନ କମ୍ କରିବାକୁ ଲୋକମାନେ ଜିମରେ ଘଣ୍ଟା ଘଣ୍ଟା ସମୟ କାଟୁଛନ୍ତି । ଅନେକ ଜିନିଷ ଖାଇବା ଏବଂ ପିଇବା ବନ୍ଦ ମଧ୍ୟ କରିଦେଉଛନ୍ତି । ତଥାପି ବଢିଥିବା ଓଜନ କମ୍ ହେଉନାହିଁ । ତେବେ ପତଳା ହେବା ପାଇଁ ବହୁତ ସମୟ ଲାଗିଥାଏ ଏବଂ ଧୀରେ ଧୀରେ ଶରୀର ଠିକ୍ ଆକାରକୁ ଆସିଯାଏ । ତଥାପି ଯେଉଁମାନେ ଡାଏଟ୍ ଏବଂ ଏକ୍ସରସାଇଜ୍ ଆରମ୍ଭ କରନ୍ତି ସେମାନେ ଜାଣନ୍ତି ଯେ ତାପରଦିନଠାରୁ ସେମାନଙ୍କର ଓଜନ କମିବା ଆରମ୍ଭ କରେ । ତେବେ ଆପଣଙ୍କ ଓଜନ କମ୍ ହେବାର ଏକ ବିଷେଶ ଜିନିଷ ହେଉଛି, ଆପଣ ଦୈନିକ କେତେ କ୍ୟାଲୋରୀ ଗ୍ରହଣ କରୁଛନ୍ତି । ଓଜନ କମ୍ କରିବାକୁ ହେଲେ, ଆପଣଙ୍କୁ ଆପଣଙ୍କର କ୍ୟାଲୋରୀ ମଧ୍ୟ କମ କରିବାକୁ ପଡିବ । ତାହେଲେ ଆସନ୍ତୁ ଜାଣିବା ଯେ ଓଜନ କମ୍ ହେବାକୁ କେତେ ସମୟ ଲାଗେ ଏବଂ ଗୋଟିଏ ଦିନରେ ଆପଣ କେତେ କ୍ୟାଲୋରୀ ଗ୍ରହଣ କରିବା ଉଚିତ୍ ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଓଜନ କମ୍ କରିବାକୁ ପ୍ରତିଦିନ ଆପଣ ନିଜ ଏକ୍ସରସାଇଜ୍ ଏବଂ ଡାଏଟ୍ ଉପରେ ଅଧିକ ଧ୍ୟାନ ଦେବାକୁ ପଡିବ । ଯାହା ଫଳରେ ଆପଣ ଜାଣିପାରିବେ, ଆପଣଙ୍କର କେତେ ଦିନରେ ଓଜନ କମ୍ ହେବ ଜାଣିପାରିବେ । ସୂଚନା ଅନୁଯାୟୀ, ଆପଣ ଗୋଟିଏ ସପ୍ତାହରେ ପ୍ରାୟ ଅଧା ରୁ ୧ କିଲୋଗ୍ରାମ ଓଜନ କମ୍ କରିପାରିବେ । ଆପଣ ଯେତେ ଶୀଘ୍ର ଓଜନ କମ୍ କରିବେ, ତାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ହୋଇଥାଏ ।
ଜାଣନ୍ତୁ ଓଜନ କମ୍ ହେବାକୁ କେତେ ଦିନ ଲାଗେ ?
ଏକ୍ସରସାଇଜ୍ ଏବଂ ଡାଏଟ୍ ଆରମ୍ଭ କରିବାର ପ୍ରାୟ ୧ ରୁ ୨ ସପ୍ତାହ ମଧ୍ୟରେ ଓଜନ କମ୍ ହେବାକୁ ଲାଗିଥାଏ । ଏଥିପାଇଁ ଆପଣଙ୍କୁ ନିଶ୍ଚିତ ଭାବରେ ଆରମ୍ଭରେ ବହୁତ ପେସେନ୍ସ ରଖିବାକୁ ପଡିବ । ଯଦି ଆପଣ ପ୍ରତିଦିନ ହେଲଦି ଖାଦ୍ୟ ଗ୍ରହଣ କରନ୍ତି ଏବଂ ବ୍ୟାୟାମ ମଧ୍ୟ କରନ୍ତି, ତେବେ ପ୍ରାୟ ୩ ସପ୍ତାହ ମଧ୍ୟରେ ଓଜନ କମ୍ ହେବାକୁ ଲାଗିଥାଏ । ଏପରି ଭାବେ ଆପଣ ୨ ମାସରେ ପ୍ରାୟ ୪ ରୁ ୫ କିଲୋଗ୍ରାମ ଓଜନ କମ୍ କରିପାରିବେ ।
ଓଜନ କମ୍ ପାଇଁ ଦିନରେ କେତେ କ୍ୟାଲୋରୀ ଗ୍ରହଣ କରିବା ଉଚିତ :
ଡାଏଟିସିଆନ୍ କହିବା ଅନୁସାରେ, ଯଦି ଆପଣଙ୍କର ଓଜନ କମ୍ ହେଉନାହିଁ, ତେବେ ଆପଣ ନିଜ ଡାଏଟ୍ରେ କ୍ୟାଲୋରୀ କମ୍ କରନ୍ତୁ । ସେଥିପାଇଁ ଆପଣ ପ୍ରାୟ ୨ ମାସ ପାଇଁ ଆପଣଙ୍କର କ୍ୟାଲୋରୀ ଗ୍ରହଣକୁ ୫୦୦ ଗ୍ରାମ କମ୍ କରିବାକୁ ପଡିବ । ତେବେ ଏହା ଆପଣଙ୍କ କ୍ୟାଲୋରୀ ଇନ୍ଟେକ୍ ଉପରେ ନିର୍ଭର କରେ । ଯେପରି ପୁରୁଷମାନେ ଦିନକୁ ପ୍ରାୟ ୨୦୦୦ ରୁ ୩୦୦୦ କ୍ୟାଲୋରୀ ନେବା ଉଚିତ୍, ସେହିପରି ମହିଳାମାନେ ଦିନକୁ ୧୮୦୦ ରୁ ୨୪୦୦ କ୍ୟାଲୋରୀ ନେବା ଉଚିତ୍ । ଏପରି ଭାବେ ହିଁ ଆପଣ ନିଜ ଓଜନ କମ କରିପାରିବେ । ସେଥିପାଇଁ ଯଦି ଆପଣ ଏହି ସବୁ କଥାର ଧ୍ୟାନ ରଖୁନାହାଁନ୍ତି, ତାହେଲେ ଏବେ ଏହି ସବୁ କଥାର ଧ୍ୟାନ ରଖିବା ଆରମ୍ଭ କରନ୍ତୁ । ଯେପରି ଆପଣଙ୍କ ଓଜନ ଖୁବ୍ ଶୀଘ୍ର କମ୍ ହୋଇପାରିବ ।