Below header

କାଲିବି ଜଳିବ ପଶ୍ଚିମ ଓଡ଼ିଶା, କିଛି ଜିଲ୍ଲାରେ କାଳ ବୈଶାଖୀ ସମ୍ଭାବନା

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜଧାନୀ ଭୁବନେଶ୍ୱର ସମେତ ଆଖପାଖ ଅଞ୍ଚଳରେ ଗୁଳୁଗୁଳି ସତ୍ତ୍ୱେ ଭଲ ପବନ ବହୁଛି । ତଥାପି ଏଠାରେ ତାପମାତ୍ରା ରହିଛି ୩୬.୩ ଡିଗ୍ରୀ ସେଲସିୟସ୍ । ରାଜଧାନୀରେ ପବନ ବହିବା ସତ୍ତ୍ୱେ ଯଦି ଏତିକି ତାପମାତ୍ରା ତେବେ ଭାବି ପାରୁଥିବେ ପଶ୍ଚିମ ଓଡ଼ିଶାର ଅବସ୍ଥା କଣ ହେଉଥିବ । ଆଜି ବି ୧୪ଟି ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିଲା । ୭ଟି ସ୍ଥାନରେ ତାତି ୪୨ ଡିଗ୍ରୀରୁ ଅଧିକ ରହିଥିଲା ।
ଆସନ୍ତାକାଲି ପାଇଁ ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବଲାଙ୍ଗିର, କଳାହାଣ୍ଡି ଜିଲ୍ଲା ପାଇଁ ପାଣିପାଗ ବିଭାଗ ‘ହିଟ୍‌େଓ୍ଵଭ୍‌’ େଓ୍ଵଲୋ ଓ୍ଵାର୍ଣ୍ଣିଂ ଜାରି କରିଛି । ସେପଟେ କେନ୍ଦୁଝର, ଅନୁଗୁଳ, ମୟୁରଭଞ୍ଜ, ଦେବଗଡ଼, କନ୍ଧମାଳ ଓ ବଲାଙ୍ଗିର ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ଥିବା କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.