Below header

ଆହୁରି ଦୁଇ ଦିନ ରହିବ ହିଟ୍‌ ୱେଭ୍‌, ଆସନ୍ତାକାଲି ୬ ଜିଲ୍ଲାକୁ ଆଲର୍ଟ ଜାରି

ଦୁଇ ଦିନ ପରେ ତାପମାତ୍ରା କମିବା ସହିତ ବର୍ଷା ଏବଂ ଘଡଘଡିର ପ୍ରଭାବ ସହ କାଳବୈଶାଖୀ ଦେଖିବାକୁ ମିଳିପାରେ । ବାୟୁ ମଣ୍ଡଳର ୩.୧ କିଲୋମିଟର ଉପରେ ସୃଷ୍ଟି ହୋଇଥିବା ଗୁରୁଚାପ ବଳୟ ଏବେ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି ।ଦୁଇଦିନ ପରେ ଏହା ସମ୍ପୂର୍ଣ୍ଣ ନିଷ୍କ୍ରିୟ ହୋଇଯିବ ଏବଂ ପରେ ପରେ ତାପମାତ୍ରାରେ ହ୍ରାସ ଦେଖିବାକୁ ମିଳିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ।

କେନ୍ୟୁଜ୍(ବ୍ୟୁରୋ):  ୟକଲବଲ କରୁଛି ତାତି । ଦିନ ବଢ଼ିବା ସହ ଅସହ୍ୟ ହେଉଛି ଗରମ ଓ ଗୁଳୁଗୁଳି । ଆକାଶରୁ ଖସୁଛି ନିଆଁ ପିଣ୍ଡୁଳା । ଆହୁରି ଦୁଇ ଦିନ ରହିବ ହିଟ୍‌ ୱେଭ୍‌ । ଆଜି ୧୧ ଜିଲ୍ଲାରେ ରହିବ ଗ୍ରୀଷ୍ମ ପ୍ରବାହ। ଆଜି କଟକ ଓ ଖୋର୍ଦ୍ଧାକୁ ହିଟ୍‌ ୱେଭ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତାକାଲି ୬ ଜିଲ୍ଲାକୁ ହିଟ୍‌ୱେଭ୍‌ ଆଲର୍ଟ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା ମୟୂରଭଂଜ, କେନ୍ଦୁଝର, ସୋନପୁର, ସମ୍ବଲପୁର, ସୁନ୍ଦରଗଡ ଓ ବୌଦ୍ଧ । ଦୁଇ ଦିନ ପରେ ତାପମାତ୍ରା କମିବା ସହିତ ବର୍ଷା ଏବଂ ଘଡଘଡିର ପ୍ରଭାବ ସହ କାଳବୈଶାଖୀ ଦେଖିବାକୁ ମିଳିପାରେ । ବାୟୁ ମଣ୍ଡଳର ୩.୧ କିଲୋମିଟର ଉପରେ ସୃଷ୍ଟି ହୋଇଥିବା ଗୁରୁଚାପ ବଳୟ ଏବେ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି ।

ଦୁଇଦିନ ପରେ ଏହା ସମ୍ପୂର୍ଣ୍ଣ ନିଷ୍କ୍ରିୟ ହୋଇଯିବ ଏବଂ ପରେ ପରେ ତାପମାତ୍ରାରେ ହ୍ରାସ ଦେଖିବାକୁ ମିଳିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ଦିନ ସାଢ଼େ ୨ଟା ସୁଦ୍ଧା ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡ଼ା । ସେଠାରେ ତାପମାତ୍ରା ୪୩.୨ ଡିଗ୍ରୀ ରେକର୍ଡ ହୋଇଛି । ଉପକୂଳରୁ ଉପାନ୍ତ, ଉତ୍ତରରୁ ପଶ୍ଚିମ ସବୁଠି ଡହଡହ ଖରା । ତାତିରୁ ତ୍ରାହି ତ୍ରାହି ଡାକୁଛନ୍ତି ଲୋକ । ପଦାକୁ ବାହାରିଲେ ଯେମିତି ଦେହ ମୁହଁ ପୋଡ଼ି ଯାଉଛି । ଆସନ୍ତାକାଲି ପରେ ରାଜ୍ୟରେ କମିପାରେ ତାପମାତ୍ରା । ବର୍ଷା ପରିମାଣ ବଢ଼ିବା ସହ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ଯାଏ କମିବା ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.