ଚୀନକୁ ପଛରେ ପକାଇ ଭାରତ ଜନସଂଖ୍ୟାରେ ହେଲା ନମ୍ବର ୧, ଆଶ୍ଚର୍ଯ୍ୟ କଲା UN ରିପୋର୍ଟ

ଭାରତ ଏବେ ବିଶ୍ୱରେ ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ପାଲଟିଛି। ମିଳିତ ଜାତିସଂଘର ସଦ୍ୟତମ ରିପୋର୍ଟରେ ଏହା ସ୍ପଷ୍ଟ ହୋଇଛି। ଜନସଂଖ୍ୟା ମାମଲାରେ ଚୀନକୁ ପଛରେ ପକାଇଛି ଭାରତ।

ଚୀନକୁ ପଛରେ ପକାଇଛି ଭାରତ। ବିଶ୍ୱ ଜନସଂଖ୍ୟାରେ ଭାରତ ହୋଇଛି ୧ ନମ୍ବର। ଭାରତ ଏବେ ବିଶ୍ୱରେ ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ପାଲଟିଛି। ମିଳିତ ଜାତିସଂଘର ସଦ୍ୟତମ ରିପୋର୍ଟରେ ଏହା ସ୍ପଷ୍ଟ ହୋଇଛି। ଜନସଂଖ୍ୟା ମାମଲାରେ ଚୀନ ତଳକୁ ଖସିଛି। ଗୋଟିଏ ବର୍ଷରେ ଭାରତର ଜନସଂଖ୍ୟା ୧.୫୬ ପ୍ରତିଶତ ବୃଦ୍ଧି ପାଇଛି।

ରିପୋର୍ଟ ଅନୁସାରେ, ଏବେ ଭାରତର ଜନସଂଖ୍ୟା ୧୪୨.୮୬ କୋଟିକୁ ବୃଦ୍ଧି ପାଇଥିବା ବେଳେ ଚୀନ ୧୪୨.୫୭ କୋଟି ସହିତ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି। ମିଳିତ ଜାତିସଂଘର ରିପୋର୍ଟ ମୁତାବକ, ଗୋଟିଏ ବର୍ଷ ଭିତରେ ଭାରତର ଜନସଂଖ୍ୟା ୧.୫୬ ପ୍ରତିଶତ ବୃଦ୍ଧି ପାଇଛି।

ରିପୋର୍ଟରେ କୁହାଯାଇଛି ଯେ ଭାରତର ମୋଟ ପ୍ରଜନନ ହାର ୨.୦। ଏଠାରେ ଜଣେ ଭାରତୀୟ ପୁରୁଷଙ୍କ ହାରାହାରି ଜୀବନ ୭୧ ବର୍ଷ ଏବଂ ମହିଳାଙ୍କର ୭୪ ବର୍ଷ ରହିଛି। ଏହି ରିପୋର୍ଟ ୧୯୭୮ଠାରୁ ପ୍ରକାଶିତ ହୋଇଆସୁଛି।

ରିପୋର୍ଟରୁ ଆହୁରି ଜଣାପଡ଼ିଛି ଯେ ଭାରତର ୨୫ ପ୍ରତିଶତ ହେଉଛନ୍ତି ୦ରୁ ୧୪ ବର୍ଷ। ଏହାପରେ ୧୦-୧୯ ବର୍ଷ ବୟସ ବର୍ଗରେ ୧୮ ପ୍ରତିଶତ ଲୋକ ଅଛନ୍ତି। ୧୦-୨୪ ବର୍ଷ ବୟସର ଲୋକଙ୍କ ସଂଖ୍ୟା ରହିଛି ୨୬ ପ୍ରତିଶତ। କିନ୍ତୁ ଏଠାରେ ୧୫-୬୪ ବର୍ଷ ମଧ୍ୟରେ ପାଖାପାଖି ୬୮ ପ୍ରତିଶତ ଲୋକ ଅଛନ୍ତି। ଅର୍ଥାତ୍ ଭାରତରେ ଯୁବଗୋଷ୍ଠୀଙ୍କ ସଂଖ୍ୟା ସବୁଠାରୁ ଅଧିକ ରହିଛି। ସେପଟେ ଚୀନରେ ସ୍ଥିତି ଖରାପ ହୋଇଯାଇଛି। ଏଠାରେ ୨୦ କୋଟି ଲୋକ ୬୫ ବର୍ଷରୁ ଅଧିକ ବୋଲି ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.